-
ନିଅଂଟିଆ ବର୍ଷା ପାଇଁ ୨ ଜିଲ୍ଲାରେ ଉତ୍କଟ ସ୍ଥିତି, ୧୦ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା
ଭୁବନେଶ୍ଵର– ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୪୧.୩ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୩୦ ପ୍ରତିଶତ କମ୍ ।
ଏହି ସମୟରେ ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ୧୦ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ହୋଇଛି । ୨ ଜିଲ୍ଲାରେ ଉତ୍କଟ ନିଅଂଟିଆ ସ୍ଥିତି ରହିଛି । ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ଵର ଓ ମୟୂରଭଞ୍ଜ । ଏବଂ ଅନ୍ୟ ୧୭ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।