-
କେନ୍ଦ୍ରୀୟ ସ୍ଵାସ୍ଥ୍ୟ ବିଭାଗର ୪ ଜଣିଆ ସ୍ଵତନ୍ତ୍ର ଟିମ୍ ର ଅନୁଧ୍ୟାନ
ଜୟପୁର– କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ୧୦ ଦିନ ମଧ୍ୟରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ତେବେ ଏହା ଡିପଥେରିଆ ନା କୌଣସି ଅଜଣା ରୋଗ ସେନେଇ ଅଦ୍ୟାବଧି କିଛି ସ୍ପଷ୍ଟ ହୋଇନାହିଁ । ଆଜି କେନ୍ଦ୍ରୀୟ ସ୍ଵାସ୍ଥ୍ୟ ବିଭାଗର ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ୍ ନାରାୟଣପାଟଣା ଅଂଚଳକୁ ଆସି ଛାନଭିନ୍ କରୁଛନ୍ତି ।
ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଗୋତିଗୁଡା ଗ୍ରାମର ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ନିମୋନିଆ ଏବଂ ରକ୍ତଶିକୁଳି ରୋଗରେ ସେମାନଙ୍କର ମୃତ୍ୟୁ ଘଟିଥିବା କୋରାପୁଟ ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲା । କିନ୍ତୁ, ମୃତ ଶିଶୁ ମାନଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି, ବର୍ତମାନ ସୁଦ୍ଧା ତାହାର ରିପୋର୍ଟ ଆସିନାହିଁ । ସେହିପରି ବାଡାଝୁଲା ଗ୍ରାମରେ ମଧ୍ୟ ଶିଶୁ ମୃତ୍ୟୁ ହୋଇଥିଲା । ସମ୍ପୃକ୍ତ ଗ୍ରାମକୁ ମଧ୍ୟ ଏହି ୪ ଜଣିଆ ଟିମ୍ ଯାଇଛନ୍ତି । ତେବେ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି ଟିମ୍ କହିଛି ।
ପ୍ରକାଶଥାଉକି, ପୂର୍ବରୁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରୁ ଡିପ୍ଥେରିଆ ଆକ୍ରାନ୍ତ ଜଣେ ୧୦ ବର୍ଷିୟ ବାଳକର ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।