ନୂଆଦିଲ୍ଲୀ-ଇନ୍ଦିରା ଗାନ୍ଧି ଇଂଟରନ୍ୟାସନାଲ ଏୟାରପୋର୍ଟରେ ଶୁକ୍ରବାର ଦିନ 2ଟା ପରେ ଟର୍ମିନାଲ 1ର ସମସ୍ତ ଉଡାଣ ଟର୍ମିନାଲ-2 ଓ 3କୁ ଡାଇଭର୍ଟ କରିଦିଆଯାଇଛି । ଏହାପୂର୍ବରୁ ଆଜି ଦୁର୍ଘଟଣା କାରଣରୁ ସମସ୍ତ ଉଡାଣକୁ ବାତିଲ କରିଦିଆଯାଇଥିଲା । ରଦ୍ଦ ହୋଇଥିବା ଉଡାଣ ପାଇଁ ଯାତ୍ରୀଙ୍କୁ ସେମାନଙ୍କ ଟିକଟ ପଇସା ଫେରସ୍ତ କରାଯିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଂଜରାପୁ ରାମ ମୋହନ ନାଇଡୁ ଏହି ସୂଚନା ଦେଇଛନ୍ତି । ନାଇଡୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ଉପରେ ନଜର ରଖିଛନ୍ତି । ଯଥା ସମ୍ଭବ ସହାୟତା କରିବାକୁ ସେ ଆଶ୍ୱାସନା ଦେଇଛନ୍ତି ।
Related Stories
November 21, 2024