ଇନ୍ଦୋର– ସହରରେ ମୁସଲିମ ସମୁଦାୟର ପ୍ରାୟ 35ଜଣ ଲୋକ ସନାତନ ଧର୍ମ ଗ୍ରହଣ କରିଛନ୍ତି । ଆୟୋଜନ ଶୁକ୍ରବାର ସ୍ଥାନୀୟ ଖଜରାନା ଗଣେଶ ମନ୍ଦିରରେ ହୋଇଥିଲା । ବିଧି ବିଧାନରେ ଖଜରାନା ଗଣେଶ ମନ୍ଦିରରେ ପୂଜାପାଠ ଓ ଯଜ୍ଞ କରାଯାଇଥିଲା । ବୈଦିକ ପଦ୍ଧତିରେ ସମସ୍ତଙ୍କର ଶୁଦ୍ଧିକରଣ କରାଯାଇଛି । ସନାତନ ଧର୍ମରେ ପ୍ରଭାବିତ ହୋଇ ଲୋକେ ହିନ୍ଦୁଧର୍ମକୁ ଗ୍ରହଣ କରିଛନ୍ତି ।
ସୂଚନା ଅନୁସାରେ ଆଇନତଃ ଧର୍ମାନ୍ତରଣ ପାଇଁ ଏହି ଲୋକମାନେ ଇନ୍ଦୋର ଜିଲ୍ଲାପାଳ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏହାପରେ ଏହି ଆୟୋଜନ କରାଯାଇଥିଲା । ଏହି ସମସ୍ତ ଲୋକେ ବିଶ୍ୱ ହିନ୍ଦୁ ପରିଷଦ ମାଲବା ପ୍ରାନ୍ତର ପ୍ରମୁଖ ସନ୍ତୋଷ ଶର୍ମାଙ୍କ ନେତୃତ୍ୱରେ ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଧର୍ମାନ୍ତରଣ କରିଥିବା ସମସ୍ତ ପୂର୍ବରୁ ହିନ୍ଦୁଥିଲେ । ଏବଂ ସେମାନେ ହିନ୍ଦୁ ଛାଡି ମୁସଲିମକୁ ଆପଣାଇଥିଲେ । ଏବେ ସେମାନେ ପୁଣି ନିଜ ଧର୍ମକୁ ଫେରିଛନ୍ତି ।