ନୂଆଦିଲ୍ଲୀ– ନିଟ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବି ଯୋଗୁଁ ଲୋକସଭାର ପ୍ରକ୍ରିୟା ଶୁକ୍ରବାର ଦିନ ସ୍ଥଗିତ ରଖାଯାଇଛି । ସରକାର ନିଟ୍ ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି ବିରୋଧୀମାନେ ଚାହୁଁଥିବା ବେଳେ ସଂସଦୀୟ କାର୍ଯ୍ୟମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ କେବଳ ଧନ୍ୟବାଦ ପ୍ରସ୍ତାବ ଉପରେ ହିଁ ଚର୍ଚ୍ଚା ହୋଇଥାଏ ।
ଲୋକସଭା କାର୍ଯ୍ୟ ଦୁଇଥର ସ୍ଥଗିତ ହୋଇଥିଲା । କାର୍ଯ୍ୟ ଆରମ୍ଭରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିଟ ପ୍ରସଙ୍ଗରେ ନିଜ କଥା ରଖିବାକୁ ଦାବି କରିଥିଲେ । ଏହାଯୋଗୁ କାର୍ଯ୍ୟ 12ଟା ଯାଏ ସ୍ଥଗିତ ରଖାଯାଇଥିଲା । 12ଟାରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ପୁଣି ଥରେ ଏହି ପ୍ରସଙ୍ଗ ଉଠାଇଥିଲେ ।