ଲକ୍ଷ୍ନୌ-ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସେଙ୍ଗୋଲ ମାମଲାରେ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି । ସେ ସମାଜବାଦୀ ପାର୍ଟିର ସମସ୍ତ କଳ, ବଳ କୌଶଳରୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି । ମାୟାବତୀ ଶୁକ୍ରବାର ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ସେଙ୍ଗୋଲକୁ ସଂସଦରେ ଲଗାଇବା କିମ୍ବା ନଲଗାଇବା, ଏହା ଉପରେ କହିବା ସହ ଏହା ଭଲ ହେବ ଯେ ଦଳ ଦେଶର ଦୁର୍ବଳ ଓ ଉପେକ୍ଷିତ ବର୍ଗଙ୍କ ହିତରେ ତଥା ସାଧାରଣ ଲୋକଙ୍କ ଜନହିତ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରକୁ ଘେରୁ । ସତ୍ୟ ଏହା ଯେ, ପାର୍ଟି ଅଧିକାଂଶ ଏଭଳି ପ୍ରସଙ୍ଗରେ ଚୁପ୍ ରହୁଛି ଏବଂ ସରକାରକୁ ଆସି ଦୁର୍ବଳବର୍ଗଙ୍କ ବିରୁଦ୍ଧରେ ନିଷ୍ପତ୍ତି ବି ନେଉଛି । ଏମାନେ ମହାପୁରୁଷଙ୍କୁ ଉପେକ୍ଷା ବି କରୁଛନ୍ତି । ଏହି ପାର୍ଟିର ସମସ୍ତ କଳ, ବଳ, କୌଶଳରୁ ନିଶ୍ଚିତ ସାବଧାନ ରୁହନ୍ତୁ ।
Related Stories
November 21, 2024