ନୂଆଦିଲ୍ଲୀ– ସଂସଦରେ ବିରୋଧୀ ସାଂସଦଙ୍କ ନିଟ୍ ପ୍ରସଙ୍ଗ ଉପରେ ବିରୋଧ ପ୍ରଦର୍ଶନ ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କହିଛନ୍ତି ଯେ, ସରକାର ନିଟ୍ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ସବୁ କିଛି ପରମ୍ପରା ଓ ମର୍ଯ୍ୟାଦା ଭିତରେ ହେବା ଉଚିତ ।
ପ୍ରଧାନ ସଂସଦ ପରିସରରେ ସାମ୍ବାଦିକଙ୍କ ସହ ଆଲୋଚନାରେ କହିଛନ୍ତି ଯେ, ଯେତେବେଳେ କାଲି ରାଷ୍ଟ୍ରପତି ସ୍ୱୟଂ ନିଜ ଭାଷଣରେ ପରୀକ୍ଷା ସଂପର୍କରେ କହିଛନ୍ତି ସେଥିରୁ ସରକାରଙ୍କ ଉଦ୍ଦେଶ୍ୟ ଜଣାପଡୁଛି ଯେ, ଆମେ କୌଣସି ବି ପ୍ରସଙ୍ଗର ସାମ୍ନାକୁ କରିବାକୁ ପ୍ରସ୍ତୁତ ଅଛୁ । ସେ କହିଛନ୍ତି ଯେ, ସରକାରଙ୍କ ଦାୟିତ୍ୱ ଦେଶର ଯୁବକ ଓ ଦେଶର ଛାତ୍ରଙ୍କ ପ୍ରତି ରହିଛି । ସରକାର ନିଜ ପକ୍ଷ ରଖିବା ପାଇଁ ପ୍ରସ୍ତୁତ ଅଛି, ତାପରେ ଭ୍ରମ କଣ ରହିଛି ?
ସେ କହିଛନ୍ତି ଯେ, ନିଟ ମାମଲାରେ ଦୋଷୀଙ୍କୁ କଡା କାର୍ଯ୍ୟାନୁଷ୍ଠାନ ଦିଆଯିବ । ସିବିଆଇ ତଦନ୍ତ ଆରମ୍ଭ କରିଛି । କାହାକୁ ଛଡାଯିବ ନାହିଁ । ସିବିଆଇ ନିଟ ପେପର ଲିକ ସହିତ ଜଡିତ ଅଭିଯୁକ୍ତଙ୍କ ଗିରଫଦାରି ବି ଆରମ୍ଭ କରିଦେଇଛି । ସରକାର କାହାକୁ ଛାଡିବେ ନାହିଁ ।