-
ନିଅଂଟିଆ ବର୍ଷା ପାଇଁ ୩ ଜିଲ୍ଲାରେ ଉତ୍କଟ ସ୍ଥିତି
ଭୁବନେଶ୍ଵର– ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୨୭.୦ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୩୪ ପ୍ରତିଶତ କମ୍ । ଏହି ସମୟରେ ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ୬ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ହୋଇଛି । ୩ ଜିଲ୍ଲାରେ ଉତ୍କଟ ନିଅଂଟିଆ ସ୍ଥିତି ରହିଛି । ସେହି ଜିଲ୍ଲା ଗୁଡିକ ହେଲା ପୁରୀ, ବାଲେଶ୍ଵର ଓ ମୟୂରଭଞ୍ଜ । ଏବଂ ଅନ୍ୟ ୨୦ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।