-
– ପ୍ରଦର୍ଶନୀ, ଖାଦ୍ୟ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ
-
– ଏମ୍ଏସ୍ଏମ୍ଇର ବିକାଶ ପାଇଁ ପ୍ରତ୍ୟେକ ଦିନ ଆଲୋଚନା ଚକ୍ର
ଭୁବନେଶ୍ୱର – ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦ ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଗତ ତିନିଦିନ ଧରି ଅନୁÂିତ ହେଉଛି । ଆସନ୍ତା ୧୨ ତାରିଖରେ ଏହି ପ୍ରଦର୍ଶନୀ ଶେଷ ହେବ ।ଏହି ମେଳାରେ ବହୁସଂଖ୍ୟାରେ ଦର୍ଶକ ସେମାନଙ୍କ ·ହିଦା ମୁତାବକ ସାମଗ୍ରୀ କିଣିବା ସହିତ ଖାଦ୍ୟମେଳା ଓ ପ୍ରତ୍ୟହ ସନ୍ଧ୍ୟାରେ ଅନୁÂିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଉଛନ୍ତି ।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ନିମନ୍ତେ ପ୍ରତ୍ୟେକ ଦିନ ଆଲୋଚନା ଚକ୍ରର ଆୟୋଜନ କରାଯାଉଛି । ପ୍ରଥମ ଦିନରେ ଆଲୋଚନା ଚକ୍ରରେ ବିଭାଗୀୟ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଯୋଗଦେଇ କହିଥିଲେ ଯେ ପ୍ରତ୍ୟେକ ଦିନ ଅନୁÂିତ ହେ ଉଥିବା ଆଲୋଚନା ଚକ୍ର ନିମନ୍ତେ ବିଭିନ୍ନ ସଂଘକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି । ଅଭିଜ୍ଞ ବ୍ୟକ୍ତିବିଶେଷଙ୍କୁ ଏହି ଆଲେ ।ଚନା ଚକ୍ରକୁ ନିମନ୍ତ୍ରଣ କରି ଆଲୋଚନାର ନିର୍ଯାସକୁ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ଦିଗରେ ଅନେକ କାର୍ଯ୍ୟ ହୋଇପାରିବ ।
ପ୍ରଥମ ଦିନର ଆଲୋଚନା ଚକ୍ରରେ ଲଘୁ ଓ ମଧ୍ୟମ ଉଦ୍ୟୋଗ ବିକାଶ ଯୋଜନା ସଂପର୍କରେ ମୁଖ୍ୟ ଅତିଥି ରୂପେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଜଣାଇଥିଲେ ଯେ ଏମ୍ଏସ୍ଏମ୍ଇ ଉତ୍ପାଦିତ ସାମଗ୍ରୀଗୁଡ଼ିକର ବିକ୍ରିବଟା ପାଇଁ ହାଟ ହିଁ ପ୍ରକୃତ ସ୍ଥାନ । ଜନସାଧାରଣଙ୍କ ଆବଶ୍ୟକତା ଓ ·ହିଦାକୁ ଦୃଷ୍ଟିରେ ରଖି ଦ୍ରବ୍ୟ ଉତ୍ପାଦନ କରିବା ଉପରେ ସେ ଗୁରୁତ୍ୱ ଦେବାକୁ ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଦୀପ୍ତ ମିଶ୍ର ବକ୍ତା ଭାବେ ଯୋଗଦେଇ ୧୦ଟି ବିଷୟ ପ୍ରତି ଦୃଷ୍ଟି ଆକର୍ଷଣ କରି ଏମ୍ଏସ୍ଏମ୍ଇର ସେବା ହିଁ ଜାତୀୟ ସେବା ବୋଲି ମତ ଦେଇଥିଲେ ।
ଅପରାହ୍ଣରେ ଶିଳ୍ପ ଆବର୍ଜନା ପରି·ଳନା (ଇଣ୍ଡଷ୍ଟ୍ରିଆଲ୍ ୱେଷ୍ଟ ମ୍ୟାନେଜ୍ମେଂଟ) ବିଷୟବସ୍ତୁକୁ ନେଇ ଅନୁÂିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା ଶିଳ୍ପ ଦ୍ୱାରା ନିର୍ଗତ ହେଉଥିବା ଅବର୍ଜନାଗୁଡ଼ିକୁ କିଭଳି ପରି·ଳନା କରାଯିବ ଏବଂ ପ୍ରଦୂଷଣ କିପରି ରୋକିହେବ ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ଗତକାଲି ଅନୁÂିତ ଆଲୋଚନା ଚକ୍ରରେ ଆର୍ଟିଫିସିଆଲ୍ ଇେଂଟଲିଜେନ୍ସି ଓ ଟେକ୍ନୋଲୋଜି ଇଂଟର୍ଭେନ୍ସନ୍ ଅଫ୍ ଫୁ୍ୟଚର ଏମ୍ଏସ୍ଏମ୍ଇ ଆଣ୍ଡ ଷ୍ଟାର୍ଟ ଅପ୍ସ୍ ବିଷୟକୁ ନେଇ ଅନୁÂିତ ହୋଇଥିଲା । ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ଦ୍ୱାରା ଆୟୋଜିତ ଏହି ଆଲୋଚନା ଚକ୍ରରେ ଶିଳ୍ପ ବିଭାଗର ନିଦେ୍ର୍ଧଶକ ରେଘୁ ଜୀ ଯୋଗଦେଇ କ୍ଷୁଦ୍ର ଶିଳ୍ପ ବ୍ୟବସ୍ଥା ଦିଗରେ ସରକାରଙ୍କ ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ । ଏ ଦିଗରେ ଦେଖାଯାଉଥିବା କୌଣସି ସମସ୍ୟା ସଂପର୍କରେ ବିଭାଗକୁ ଜଣାଇଲେ ତା’ର ସମାଧାନର ବାଟ ବାହାର କରାଯିବ ବୋଲି ସେ ମତ ଦେଇଥିଲେ । ଓଏଏସ୍ଏମ୍ଇ ସଂପାଦକ ସାତ୍ୱିକ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଧାବିଘ୍ନ ବିହୀନ ବ୍ୟବସାୟ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପର ସ୍ଥାୟିତ୍ୱ (ଇଜ୍ ଅଫ୍ ଡୁଇଂଗ ବିଜିନେସ୍ ଆଣ୍ଡ ସସ୍ଟେନାନ୍ସ ଅଫ୍ ଏମ୍ଏସ୍ଏମ୍ଇ) ସଂପର୍କିତ ଆଜିର ଅ ।ଲୋଚନା ଚକ୍ରଟିକୁ ଓଡ଼ିଶା ୟଙ୍ଗ ଏଣ୍ଟପ୍ରିନୁୟରସ୍ ସଂଘ(ଓୱାଇଇଏ) ପରି·ଳନା କରିଥିଲେ । ଓୱାଇଇଏର ସଭାପତି ମିହିର କୁମାର କାନୁନ୍ଗୋ ଆଲୋଚନା ଚକ୍ରରେ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ପୱନ କୁମାର ସୁରିଆ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତରେ ଓଡ଼ିଶା ଘରୋଇ ଉତ୍ପାଦକ ଦ୍ରବ୍ୟର ରପ୍ତାନୀ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ରହିଥିବା ଜଣାଇ ବିଶ୍ୱାସ ସହ କାର୍ଯ୍ୟ କଲେ ସଫଳତା ଆପଣା ଛାଏଁ ଆସିବ ବୋଲି ମତବ୍ୟକ୍ତ କରିଥିଲେ ।
ଏମ୍ଏସ୍ଏମ୍ଇ ବିଭାଗର ପୂର୍ବତନ ସଚିବ ପଂଚାନନ ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହିଳାମାନ ଙ୍କ
ନିମନ୍ତେ ଏକକ ସୁବିଧା ପ୍ରଦାନ ବାତାୟନ କେନ୍ଦ୍ର ଗଠନ ହୋଇପାରିଲେ ମହିଳା କ୍ଷୁଦ୍ର ଉଦ୍ୟୋଗୀମାନେ ବହୁସଂଖ୍ୟାରେ ଯୋଗଦେବାର ସୁଯୋଗ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ସେମାନଙ୍କ ସମସ୍ୟା ସମାଧାନର ବାଟ ଖୋଲିଯିବ । ଏମ୍ଏସ୍ଏମ୍ଇ ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହାର
ସୁବିଧା ନେଇ ଉଦ୍ୟୋଗୀଗଣ ଜନସାଧାରଣଙ୍କ ନିକଟରେ ଏହାର ସୁଫଳ ପହଂଚାଇବାକୁ ପରାମର୍ଶ ଦେଇଥିଲେ । ଭବିଷ୍ୟତରେ ଏମ୍ଏସ୍ଏମ୍ଇର ସଂଜ୍ଞା ପରିବର୍ତନ ଘଟି ସମସ୍ତ ଶିଳ୍ପୋଦ୍ୟୋଗୀମାନଙ୍କୁ ତା’ର ସଫଳତା ପ୍ରଦାନ କରିବ । ଶିଳ୍ପ ବିଭାଗର ଅତିରିକ୍ତ ନିଦେ୍ର୍ଧଶକ ସରୋଜ କୁମାର ହୋତା (ସଦର), ସୁଶ୍ରୀ ମିନା କୁମାରୀ ବେହେରା (ସହଯୋଗୀ) ଉପସ୍ଥିତ ରହି ସମସ୍ତ ଆଲୋଚନାକୁ ପରି·ଳନା କରିଥିଲେ । ଏହି ଅବସରରେ ଶିଳ୍ପ ବିଭାଗର ପ୍ର·ର ସଂଗଠକ ମିନକେତନ ବେହେରା ଓ ଅନ୍ୟ ବରିÂ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।