ଭୁବନେଶ୍ୱର – ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଗତବର୍ଷ ତୁଳନାରେ ଚଳିତ ବର୍ଷ ଦୁଇ ଗୁଣା କେସ୍ ବୃଦ୍ଧି ପାଇଛି । ଗତ ବର୍ଷ ତୁଳନାରେ ଅଧିକ ନମୂନା ପରୀକ୍ଷା ହୋଇଛି । ଏହାସହ ଏବର୍ଷ ବର୍ଷା ଆଗରୁ ହୋଇଯାଇଛି । ସେଥିପାଇଁ ଦୁଇ ଗଣ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଗତକାଲି ସୁଦ୍ଧା ରାଜ୍ୟରେ ୨୮୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୨୮୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦ଜଣ ଚିହ୍ନଟ ହୋଇଛନ୍ତି । କେବଳ ଗତକାଲି ୨୦ଟି ଡେଙ୍ଗୁ ପଜିଟିଭ୍ ଆସିଛି ।