ଗୋଧରା– ନ୍ୟାସନାଲ ଏଲିଜିବିଲିଟି କମ୍ ଏଂଟ୍ରାନ୍ସ ଟେଷ୍ଟର ପେପର ଲିକ୍ ମାମଲାର ତଦନ୍ତ କରୁଥିବା ସେଂଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ ଟିମ୍ ତଦନ୍ତର ଚତୁର୍ଥ ଦିନ ଗୁରୁବାର ଗୁଜରାଟର 6ଜଣ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ପଚରାଉଚରା କରିଛି । ନିଟ୍ ପେପର ଲିକର ପର୍ଦ୍ଦାଫାଶ ହେବା ପରେ ସାରା ଦେଶରେ ହଙ୍ଗାମା ହୋଇଛି । ଗୋଧରାର ପରଭଡି ସ୍ଥିତ ଜୟ ଜଲାରାମ ସ୍କୁଲରେ ବି ନିଟ୍ ପରୀକ୍ଷା ସମୟରେ ନକଲ କରାଯିବା ଖୁଲାସା ପରେ ଏଫଆଇଆର ରେକର୍ଡ କରାଯାଇଛି । ରାଜ୍ୟ ସରକାର ଏହାର ତଦନ୍ତ ପରେ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଏହାପରେ ସିବିଆଇ ଗୋଧରାରେ ତଦନ୍ତ ଆରମ୍ଭ କରିଛି ।
ବୁଧବାର ସିବିଆଇ ଖେଡା ଜିଲ୍ଲାର ଥର୍ମାଲ ସ୍ଥିତ ଜୟ ଜଲାରାମ ଇଂଟରନ୍ୟାସନାଲ ସ୍କୁଲରେ ତଦନ୍ତ କରିଥିଲା ।