
ନୂଆଦିଲ୍ଲୀ-ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ କିଛି ସମୟ ଚାଲିବା ପରେ ଆଜି ଦିନକ ପାଇଁ ସ୍ଥଗିତ ରଖାଯାଇଛି । ଦୁଇଟି ଗୃହର ମିଳିତ ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଦେଇଥିଲେ । କାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ ।
ରାଜ୍ୟସଭାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକୁ ନିଜ ମନ୍ତ୍ରିପରିଷଦ ସହିତ ପରିଚିତ କରାଇଛନ୍ତି । ଆଜି ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଗୃହରେ ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳ ନେତା କରାଯିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବେତନ ଏବଂ ଭତ୍ତା ଅଧିନିୟମ 1997 ଅଧୀନରେ ତାଙ୍କୁ ଜୁନ 9ରୁ ବିରୋଧୀ ଦଳ ନେତା କରାଯାଇଛି ।