ନୂଆଦିଲ୍ଲୀ– ଅଷ୍ଟାଦଶତମ ଲୋକସଭାରେ ସମାଜବାଦୀ ପାର୍ଟିର ସାଂସଦ ଆରକେ ଚୌଧୁରୀ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପତ୍ର ଲେଖି ସଂସଦ ଭବନରେ ସ୍ଥାପିତ ସେଂଗୋଲକୁ ହଟାଇବା ଦାବିକୁ ନେଇ ବିବାଦ ଜୋର ଧରିଛି । ଏଭଳି ଅଜବ ଦାବିକୁ ନେଇ ଦେଶ ହତବାକ ହୋଇପଡିଥିବା ବେଳେ ଅଧିକାଂଶ ସାଂସଦ ଏହାକୁ ଶସ୍ତା ଲୋକପ୍ରିୟତା ହାସଲ କରିବାର ତରିକା ବୋଲି କହିଛନ୍ତି ।
ସମାଜବାଦୀର ସାଂସଦ ଆରକେ ଚୌଧୁରୀ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପତ୍ର ଲେଖି ସଂସଦ ଭବନରେ ସ୍ଥାପିତ ସେଂଗୋଲକୁ ହଟାଇବା ଦାବି କରିଛନ୍ତି ଏବଂ ଏହି ସ୍ଥାନରେ ସମ୍ବିଧାନ ରଖିବାକୁ ଅନୁରୋଧ କରିଛନ୍ତି । ଆରକେ ଚୌଧୁରୀ ଏହା ବି କହିଛନ୍ତି ଯେ, ସେଂଗୋଲ ରାଜା ମହାରାଜାଙ୍କ ପ୍ରତୀକ ଅଟେ, ଯାହାକୁ ସଂସଦ ଭବନର ଉଦଘାଟନ ସହିତ ଲୋକସଭା ଅଧ୍ୟକ୍ଷର ଆସନ ନିକଟରେ ସ୍ଥାପିତ କରାଯାଇଥିଲା ।