ଭୁବନେଶ୍ୱର– ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଗୁରୁବାର ବିଭାଗ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ସିଂ ଚଳିତ ଆର୍ôଥକ ବର୍ଷର ପ୍ରଥମ ଶହେ ଦିନର କାର୍ଯ୍ୟ ସମୀକ୍ଷା କରିବା ସହିତ ଆଗାମୀ ଶହେ ଦିନ ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ଗୁରୁତ୍ୱ ଦେଇଛନ୍ତି ।
ପ୍ରକଳ୍ପ କାର୍ଯ୍ୟରେ ଗୁଣବତା ସୁନିଶ୍ଚିତ କରିବାକୁ ଶ୍ରୀ ସିଂ ସମସ୍ତ ବିଭାଗୀୟ ଯନ୍ତ୍ରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରେ ବିଭାଗର ରାଜ୍ୟ ତଥା ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।