ଚମ୍ପୁଆ, କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରି ସେକସନ ନୟାଗଡ ବିଟ୍ କୁଟୁପାଲି ଗ୍ରାମରୁ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ବନବିଭାଗ ଉଦ୍ଧାର କରିଛି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏହି ବଜ୍ରକାପ୍ତାଟି ନିକଟସ୍ଥ ଜଙ୍ଗଲରୁ ଗ୍ରାମ ଭିତରକୁ ଦୈବାତ ପଶିଆସିଥିଲା । ଫଳରେ ଏହି ବଜ୍ରକାପ୍ତାଟିକୁ ଦେଖି ସ୍ଥାନୀୟ କୁକୁର ଭୁକିବା ଆରମ୍ଭ କରିଥିଲେ । ଗ୍ରାମବାସିମାନେ ବଜ୍ରକାପ୍ତାଟିକୁ ଦେଖି ଦୁବୁନା ଫରେଷ୍ଟ ଗାର୍ଡ ସୁବ୍ରତ କୁମାର ପାତ୍ରଙ୍କୁ ଜଣାଇଥିଲେ । ପ୍ରାୟ ରାତି ୨ଟା ବେଳେ ଶ୍ରୀ ପାତ୍ର କୁଟୁପାଲି ଗ୍ରାମରେ ପହଞ୍ଚି ଏହି ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ବଜ୍ରକାପ୍ତାଟିର ଓଜନ ପ୍ରାୟ ୭କେଜି ହେବ ବୋଲି ଜଣାପଡିଛି ।ଉଦ୍ଧାର ପରେ ବଜ୍ରକାପ୍ତାଟିକୁ ଡାକ୍ତରୀ ଯାଞ୍ଚ କରାଯାଇ ତାର ସ୍ୱାସ୍ଥ୍ୟ ଠିକ୍ ଥିବା ଜାଣିବା ପରେ ନିକଟସ୍ଥ ଜଙ୍ଗଲରେ ଆଉଥରେ ଛାଡିଦିଆଯାଇଛି । ତେବେ ଏହି ବିରଳ ପ୍ରଜାତିର ବଜ୍ରକାପ୍ତାଟିର ମୂଲ୍ୟ ଆନ୍ତଃର୍ଜାତିକ ବଜାରରେ ଢେର ଅଧିକା ରହିଥିବା ବେଳେ ଏହାର ଚୋରାଚାଲଣ ନିମନ୍ତେ ରାକେଟ ରାଜ୍ୟରେ ସକ୍ରିୟ ଥିବା ଜଣାପଡିଛି । ଏହି ଉଦ୍ଧାର କାର୍ଯ୍ୟରେ ଡାକ୍ତରୀ ଦଳ, ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିୟା, ବାମେବାରି, ଯୋଡା ଓ ଚମ୍ପୁଆ ଫରେଷ୍ଟର, ଫରେଷ୍ଟ ଗାର୍ଡ ସହଯୋଗ କରିଥିଲେ ।
Related Stories
November 25, 2024