
କନ୍ଧମାଳ – ଗୁରୁବାର ପୂର୍ବାହ୍ନ ଦଶଟା ରେ ଜିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ପକ୍ଷରୁ ନବ ନିର୍ବାଚିତ ଫୁଲବାଣୀ ବିଧାୟକଉମା ଚରଣ ମଲିକ ଙ୍କୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା ଓ ସମ୍ପାଦକ ବୀରେନ୍ଦ୍ର ସୁବୁଦ୍ଧି ମୁସ୍କlନ ସ୍ଵାର ପ୍ରମୁଖ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ପ୍ରେସ କ୍ଲବ ସଭାପତି ଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନବ ନିର୍ବାଚିତ
ଫୁଲବାଣୀ ବିଧାୟକ ଉମା ଚରଣ ମଲିକ, ବରିଷ୍ଠ ସାମ୍ବାଦିକ ସମାଜସେବୀ ଡ଼ଃ.ଅରୂପ ଜେନା, ଉପ ସଭାପତି ସୂର୍ଯ୍ୟ ନାରାୟଣ ବେହେରା, ବିମଳ ନାୟକ ପ୍ରମୁଖ ଯୋଗ ଦେଇଥିଲେ l ସଭାପତି ସମସ୍ତ ଅତିଥି ଙ୍କୁ ସ୍ୱାଗତ କରିବା ସହଫୁଲବାଣୀ ବିଧାନସଭା ମଣ୍ଡଳୀ ର ବିଭିନ୍ନ ସମସ୍ୟା ଓ ପ୍ରେସ କ୍ଲବ ର ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ l
ବିଧାୟକ ମଲିକ ତାଙ୍କ ଅଭିଭାଷଣ ରେ
ଜିଲାର ବିଭିନ୍ନ ସମସ୍ୟା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ପାନୀୟ ଜଳ ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ।
ସେହିପରି ଜ଼ୀଲା ପ୍ରେସ କ୍ଲବର ଫାଷ୍ଟ ଫ୍ଲୋର ଅର୍ଦ୍ଧନିର୍ମିତ କୋଠା ପୂର୍ଣ୍ଣାଙ୍ଗ କରିବା ପାଈଁ ଆବଶ୍ୟକ ଅର୍ଥ ଅନୁଦାନ ବିଧାୟକ ହାତ ପାଣ୍ଠି ରୁ ମଂଜୁର କରିବେ ବୋଲି ପ୍ରତିଶୃତି ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରାଧାମୋହନ ମହାପାତ୍ର, ବଦ୍ୟ ନାଥ ନାୟକ, ପ୍ରଶାନ୍ତ କୁମାର ବେହେରା, କାହ୍ନୁଚରଣ ଶତପଥୀ,
ବରିଷ୍ଠ ନାଗରିକ ସଙ୍ଘ ଉପସଭାପତି, ଶିକ୍ଷାବିତ ନବ କୃଷ୍ଣ ରଥ ପ୍ରମୁଖ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l
ସମ୍ପାଦକ ବୀରେନ୍ଦ୍ର ସୁବୁଦ୍ଧି ସ୍ୱାଗତ ଭାଷଣଦେଇଥିବା ବେଳେ ଓ ଉପସଭାପତି ବିମଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ଶିବ ବିଶ୍ୱାଳ, ପ୍ରଶାନ୍ତ ଜେନା, ସନ୍ତୋଷ ଡିଗାଲ, ଶିବ ରାମ ନାୟକ,
ଆଦିତ୍ୟ ତ୍ରିପାଠୀ, ଅଶୋକ ମହାନ୍ତି, ଗୋପାଳ କୃଷ୍ଣ ପଟ୍ଟନାୟକ,ଙ୍କ ସମେତ ମିଡ଼ିଆ ଫୋରମ, ଡିଜିଟାଲ ମିଡ଼ିଆ ଏସୋସିଏସନ ର ସାମ୍ବାଦିକ, ଓ ବିଜେପି ନେତା ତଥା ଆଇନଜୀବୀରମେଶ ମହାନ୍ତି, ସ୍ୱରୂପାନନ୍ଦ ପଟନାୟକ, ଦିଲୀପ ମହାପାତ୍ର ପ୍ରମୁଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ l