
ଭୁବନେଶ୍ୱର– ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘୁଣୀ ‘ସାରା’ର ମୃତ୍ୟୁ ଘଟିଛି । ସାରାକୁ ୧୮ ବର୍ଷ ୧ ମାସ ହୋଇଥିଲା । ଗତ ଫେବ୍ରୁଆରୀ ୨୯ ତାରିଖରେ ସାରା ଅସୁସ୍ଥ ଥିବା ଜଣାପଡ଼ିଥିଲା । ସେ ଛିଡ଼ା ହୋଇପାରୁ ନଥିଲା । ଚିକିତ୍ସା ପରେ ସେ ଛିଡ଼ା ହୋଇଥିଲା ଓ ଗତ ମାର୍ଚ୍ଚ ୩ ତାରିଖରେ ମାଂସ ଖାଇଥିଲା । ମାର୍ଚ୍ଚ ୨୧ ତାରିଖରେ ସାରା ପୁଣି ଅସୁସ୍ଥ ହୋଇପଡ଼ିଲା । ତା’ର ଚିକିତ୍ସା କରାଯାଇଥିଲା । କିନ୍ତୁ ଖାଦ୍ୟ ଗ୍ରହଣ କରୁଥିବା ସତ୍ୱେ ସେ କ୍ଷୀଣ ହୋଇଯାଉଥିଲା । ଗତକାଲି ସାରା ସ୍ୱାସ୍ଥ୍ୟାବସ୍ଥାରେ ଆହୁରି ଅବନ୍ନତି ହୋଇଥିଲା ଓ ଆଜି ଭୋରରେ ତା’ର ମୃତ୍ୟୁ ଘଟିଥିଲା । ନନ୍ଦନକାନନ କର୍ତୃପକ୍ଷ ଏହି ସୂଚନା ଦେଇଛନ୍ତି । ସାରାର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି ।