ନୂଆଦିଲ୍ଲୀ/ଭୁବନେଶ୍ୱର– ଦିଲ୍ଲୀ ଗସ୍ତରେ ଥିବା ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ସାଇଟ୍ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆମ ଓଡ଼ିଶା ମାଟିର ଗୌରବ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଭେଟ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା । ସମଗ୍ର ଭାରତବର୍ଷ ଏବଂ ଆମ ରାଜ୍ୟ ଆପଣଙ୍କୁ ରାଷ୍ଟ୍ରପତି ଭାବେ ପାଇ ଗର୍ବିତ ଅନୁଭବ କରୁଛି ।