
ବଲାଙ୍ଗୀର: ବଲାଙ୍ଗିର ର ଅଗ୍ରଣୀ ସ୍ୱେଚ୍ଛାସେବି ସଂଗଠନ ମାହେଶ୍ୱରୀ ତରଫରୁ ବଲାଙ୍ଗିର ସହରର ବିଷ୍ଣୁମୁଣ୍ଡା ସ୍ଥିତ ଆମ୍ବେଦକର କ୍ଲବ ଠାରେ ଏକ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ଚନ୍ଦ୍ର ମହନ୍ତ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କିଭଳି ଏକ ସୁସ୍ଥ ସମାଜ ଗଠନ ପାଇଁ ସୁସ୍ଥ ଭୂମିକା ଅଛି ତାହା ନିଜ ବକ୍ତବ୍ୟ ମାଧ୍ୟମରେ ବୁଝାଇଥିଲେ । ସ୍ୱଚ୍ଛତା ଓ ସଂଯମତା ବିଷୟରେ ଡ. ମହନ୍ତ ନିଖୁଣ ଭାବେ କିଶୋର ଓ ମା ମାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବଷୟମାନଙ୍କୁ ଆଲୋକପାତ କରିବା ସହ କିଭଳି ସଂଯମତା ରକ୍ଷା କରି ନିଜ ନିଜର ସାମାଜିକ ଦାୟିତ୍ୱ ସମ୍ପନ୍ନ କରିବେ ତାହା ବୁଝାଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଫଟୋ ଓ ଭିଡିଓ ମାଧ୍ୟମରେ ଖୁବ ସୁ୍?ଦର ଭାବେ ବବିତା ପ୍ରଧାନ ପରିଚାଳନା କରିଥିଲେ । ମହିଳାମାନେ ସ୍ୱଚ୍ଛତା ଓ ସଂଯମତା ରକ୍ଷା କଲେ ଏକ ସୁସ୍ଥ ଓ ସୁନ୍ଦର ଜୀବନଯାପନ କରିପାରିବେ ବୋଲି ଅନ୍ୟାନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରାୟ ୭୦ ରୁ ଉର୍ଦ୍ଧ୍ୱ କିଶୋରି ଏବଂ ମହିଳା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଉପସ୍ଥିତ ଥିଲେ । ମୋନାଲିସା ସାଗର, ହିମାନି ତ୍ରିପାଠୀ, ସୁଷମା ଚୋପଦାର, ସ୍ମରଣୀକା ନାୟକ, ଜ୍ୟୋତି ବାରିକ, ପଦ୍ମାଳୟା ବାରିକ, ଗୋମତି ସୁନା, ସୁପ୍ରମମା ଚୋପଦାର, କରଣ ବେହେରା, ରିତେଶ ଅଗ୍ରୱାଲ ମାହେଶ୍ୱରୀ ସଂଗଠନ ତରଫରୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ମାହେଶ୍ୱରୀ ର ଉପଦେଷ୍ଟା ଉପସ୍ଥିତ ଥିଲେ । ତୃଣମୂଳ ସ୍ତରରେ ପହଂଚାଇବା ସହ ଏକ ସୁସ୍ଥ ସମାଜ ଗଠନ କରିବା ମାହେଶ୍ୱରୀ ସଂଗଠନର ଲକ୍ଷ୍ୟ ବୋଲି ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ଓ ସଭାପତି ଶୋଭନ ଅଗ୍ରୱାଲ ମତ ରଖିଥିଲେ ।