ଭୁବନେଶ୍ୱର- ସାମାଜିକ ସଙ୍ଗଠନ କର ଫାଉଣ୍ଡେସନ୍ ତରଫରୁ ଆସନ୍ତା ଜାନୁଆରୀ ୩୧ରେ ଜାତୀୟ ପଥପ୍ରାନ୍ତ ଶିଶୁ ଦିବସ ଅବସରରେ “ଭିକ୍ଷା ନୁହେଁ ଶିକ୍ଷା’ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଏନେଇ ଭୁବନେଶ୍ୱରସ୍ଥିତ ସ୍ଥାନୀୟ ଲୋହିଆ ଏକାଡେମୀରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି ।
କର ଫାଉଣ୍ଡେସନ୍ର ଅଧ୍ୟକ୍ଷ ଅଭିନେତା ଚନ୍ଦନ କର ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଥିଲେ ଯେ, ବର୍ତମାନ ସମୟରେ ପଥପ୍ରାନ୍ତ ଶିଶୁଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଭିନ୍ନ ସମୟରେ ଟ୍ରାଫିକ୍, ମନ୍ଦିର, ପାର୍କ ତଥା ବିଭିନ୍ନ ଅନୁÂାନମାନଙ୍କରେ ଏହି ଶିଶୁଗୁଡ଼ିକ ଭିକ୍ଷା ମାଗୁଥିବାର ଦେଖାଯାଏ । ଯଦି ସମାଜରେ ଥିବା ସବଳ ବା ପ୍ରତିÂିତ ବ୍ୟକ୍ତି ବା ଅନୁÂାନ ଏହିଭଳି କିଛି ପିଲାଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଭୃତିର ଯତ୍ନ ନିଅନ୍ତି, ତାହାଲେ ଏହି ଷ୍ଟି୍ରଟ୍ ଚିଲଡ୍ରେନ୍ମାନଙ୍କ ସାମାଜିକ ପରିସ୍ଥିତିରେ ସୁଧାର ଆସିବ । ଏଥିପାଇଁ ଆସନ୍ତା ଜାନୁଆରୀ ୩୧ରେ (ଜାତୀୟ ପଥପ୍ରାନ୍ତ ଶିଶୁ ଦିବସ) ରେ ଭୁବନେଶ୍ୱରରେ ଗଣ ପଦଯାତ୍ରା ର ଆୟୋଜନ କରାଯିବ । ଆୟୋଜନରେ ଭାଗ ନେଇଥିବା ସମସ୍ତ ବ୍ୟକ୍ତି “ଭିକ୍ଷା ନୁହେଁ ଶିକ୍ଷା’ ଲେଖାଯାଇଥିବା ଟି-ସାର୍ଟ ପିନ୍ଧି ପଦଯାତ୍ରା କରିବା ସହ ଶେଷରେ ପଥପ୍ରାନ୍ତ ଶିଶୁଙ୍କ ଉନ୍ନତି ପାଇଁ ଆଲୋଚନା କରାଯିବ । ଏଥିରେ ସମାଜର ସବୁ ବର୍ଗ ରାଜନୈତିକ ବ୍ୟକ୍ତି, ଅଭିନେତା, ସାମ୍ବାଦିକ, କ୍ରୀଡ଼ାବିତ୍, ପ୍ରଶାସନିକ ଅଧିକାରୀ, ଯୁବଛାତ୍ର ନେତୃତ୍ୱ, ସମାଜସେବୀ, ଡାକ୍ତର, ଓକିଲ, ମହିଳା ପ୍ରଭୃତି ଭାଗନେଇ କିଛି ଷ୍ଟି୍ରଟ୍ ଚିଲଡ୍ରେନ୍ଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିବେଦନ ।