ନୂଆଦିଲ୍ଲୀ, ରାୟବରେଲୀରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆଜି ବୁଧବା ଦିନ ଲୋକସଭାରେ ବିରୋଧୀ ଦଳର ନେତାର ମାନ୍ୟତା ମିଳିଛି । 18ତମ ଲୋକସଭାର ବାଚସ୍ପତି ଓମ ବିରଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳର ନେତା ରୂପେ ମାନ୍ୟତା ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ଆଜି ଏକ ଅଧିସୂଚନା ଜାରୀ କରାଯାଇଛି । ଏହି ଅଧିସୂଚନା ଅନୁଯାୟୀ ରାହୁଲ ଗାନ୍ଧୀଙ୍କୁ ଜୁନ ମାସ 9 ତାରିଖରୁ ଲୋକସଭାରେ ବିରୋଧୀ ଦଳର ନେତା ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।