
ଭୁବନେଶ୍ୱର – ରାଜ୍ୟର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ ଆରମ୍ଭ ହୋଇଛି । ଶୃଙ୍ଖଳିତ ନୀତିକାନ୍ତି ଉପରେ ଏଥିରେ ଆଲୋଚନା ହେବ ବୋଲି ଜଣା ପ଼ଡିଛି । ରଥକାଠ ଠାରୁ ଶୃଙ୍ଖଳିତ ରଥଯାତ୍ରା ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହେବ ।