ନୂଆଦିଲ୍ଲୀ, ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଓମ ବିର୍ଲା ବୁଧବାର 18 ତମ ଲୋକସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହ ବିର୍ଲା କ୍ରମାଗତ ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ପଦରେ ଆସୀନ ହୋଇଛନ୍ତି । ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଓମ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଅଭିନନ୍ଦନ ଜଣାଇ ବାଚସ୍ପତିଙ୍କ ଆସନ ଯାଏ ପାଛୋଟି ନେଇଥିଲେ ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଚସ୍ପତି ପଦ ପାଇଁ ଓମ ବିରଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଏହା ପରେ ବାଚନିକ ଭୋଟରେ ତାଙ୍କୁ ଏହି ପଦ ପାଇଁ ନିର୍ବାଚିତ କରାଯାଇଥିଲା ।