
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସଭାର ବାଚସ୍ପତି ନିର୍ବାଚିତ ହେବା ପରେ ଓମ ବିରଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି. ପୁଣିଥରେ ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହେବା ଓମ ବିରଲାଙ୍କୁ ଅଭିନନ୍ଦନ । ଆପଣଙ୍କର ମାର୍ଗଦର୍ଶନରେ ଲୋକସଭା ଗଣତାନ୍ତ୍ରିକ ସିଦ୍ଧାନ୍ତକୁ ବଜାୟ ରଖିବାରେ ନୂତନ ଉଚ୍ଚତାରେ ପହଞ୍ଚିବାକୁ ପ୍ରସ୍ତୁତ ଅଛି।