କେନ୍ଦୁଝର- କେନ୍ଦୁଝର ଜିଲ୍ଲାର ବିଭିନ୍ନାଞ୍ଝଳରେ ବଣୁଆହାତୀଙ୍କ ଦୋ÷÷ରାତ୍ମ ଲାଗି ରହିଥିବା କାରଣରୁ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଇତି ମଧ୍ୟରେ ତେଲକୋଇ ବନାଞ୍ଝଳରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ଅଞ୍ଝଳବାସୀଙ୍କ ଆଖିର ନିଦ ହଜି ଯାଇଛି । ତେଲକୋଇ ତହସିଲ ଅନ୍ତର୍ଗତ ଦୁର୍ଲଭପୁର ଗ୍ରାମରେ ହାତୀ ଉପଦ୍ରବ କରିବା ସହ ଚାଷୀଙ୍କର ଏକର ଏକର କୋବି ଚାଷ ସହ ଅନ୍ୟାନ୍ୟ ପନି ପରିବା ଫସଲ ଦଳି ଚକଟି ନଷ୍ଟ କରି ଦେଇଛନ୍ତି ।ଏବଂ ଘର ଭାଙ୍ଗିବା ସହ ଧାନ ଚାଉଳ ମଧ୍ୟ ଖାଇ ଯାଇଛନ୍ତି । ହାତୀପଲ ଗ୍ରାମରେ ପଶି ଘର ଭାଙ୍ଗିବା ଆରମ୍ଭ କରିବା ପରେ ପରେ ଗାଁ ଲୋକମାନେ ଭୟରେ ଘରଦ୍ୱାର ଛାଡି ଦୋ÷÷ଡିତିଲେ । ହାତୀପଲ ଗା୍ରମର ରବି ବେହେରା , ରନôାକର ବେହେରା , ନରସିଂହ ଦେହୁରୀ ର ଘର ଭାଙ୍ଗିବା ସହ ଘରେ ସଂଞ୍ଝିତ ଧାନ ଚାଉଲ ସବୁ ଖାଇ ଯାଇଛନ୍ତି । ଏବଂ ଗ୍ରାମର ଲକ୍ଷ୍ମଣ ପରିଡା ଓ ହିରଣ୍ୟ ସାହୁଙ୍କର ଏକର ଏକର ଜମିର କୋବି ଫସଲ କୁ ଦଳି ଚକଟି ନଷ୍ଟ କର ିପକାଇଛନ୍ତି । ଦୀର୍ଘ ସାତଦିନ ଧରି ଗୋଟିଏ ଦନ୍ତା ସହ ସାତଟି ବଣୁଆ ହାତୀପଲ ପାଖ ଆଖ ୫ ଟିରୁ ୬ ଟି ଗ୍ରାମରେ ଉପôାତ ଜାରି ରଖିଥିବା ବେଳେ ବନ ବିଭାଗ ର ଆବଶ୍ୟକ ସହଯୋଗ ମିଳୁ ନଥିବା ଗ୍ରାମବାସୀମାନେ କହିଛନ୍ତି ।
ଅନ୍ୟ ପକ୍ଷରେ ପାଟଣା ରେଞରେ ଦଳରୁ ପଳାଇ ଆସିଥିବା ଏକ ଗୋଠଛଡା ଗୋଟିକିଆ ଦନ୍ତାହୀତୀର ଆତଙ୍କରେ ସମଗ୍ର ଅଞ୍ଝଳ ଥରହର ହୋଇଛି । ବିଳମ୍ବିତ ରାତ୍ରୀରେ ପାଟଣା ଫରେଷ୍ଟ ରେଞ ଅନ୍ତର୍ଗତ ବଡବିଲ , ଜାମୁନଳୀଆ , ତାଳସରୁଆ , ହଳଦୀବଟା , ନୂଆଗାଁ , ଦୁବେଇପେଣ୍ଠ , ଆଦି ଗ୍ରାମରେ ପଶି ପାଞ୍ଝଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯିବା ସହ ନଷ୍ଟ କରି ପକାଇଛନ୍ତି । ଏହି ଗୋଠଛଡା ଦନ୍ତାହାତୀ ଟି ଚାଷୀମାନଙ୍କର ବ୍ୟାପକ ପରିମାଣର ପନିପରିବା ଖାଇବା ସହ ନଷ୍ଟ କରିପକାଇଛି । ହଳଦୀବଟା ଗ୍ରାମର ମରା ମୁଣ୍ଡା, ଖଗେଶ୍ୱର ନାଏକ , ବଡବିଲ ଗ୍ରାମର ଦୁଶାସନ ନାଏକ , ସହଦେବ ନାଏକ , ଜାମୁନାଲିଆ ଗ୍ରାମର ମେରା ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛି । ଦନ୍ତାହାତୀର ଆତଙ୍କରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଦନ୍ତାହାତୀଟି ଘୁଟିଂବେଡା ଗ୍ରାମ ନିକଟବର୍ତି ପୁରୁଣାପାଣି ଜଙ୍ଗଲ ଜଙ୍ଗଲରେ ଡେରା ପକାଇଥିବା ଜଣା ପଡିଛି । ପୁଣି ଶୁକ୍ରବାର ରାତି ପ୍ରାୟ ସାଢେ ଆଠଟା ବେଳେ ଦନ୍ତାହାତୀଟି ହରିପୁର ଗ୍ରାମରେ ପଶି ୧୦ ବର୍ଷର ଜଣେ ଶିଶୁ କନ୍ୟାକୁ ଦଳି ମାରି ଦେଇଛି । ଏହି ଶିଶୁ କନ୍ୟା ହେଉଛି ଗ୍ରାମର ସ୍ୱର୍ଗତ ଶୈଳେନ୍ଦ୍ର ମହାନ୍ତ ଙ୍କ ଝିଅ ସୁବାସିନୀ ମହାନ୍ତି । ଗତ ପ୍ରାୟ ୪ ବର୍ଷତଳେ ବାଫା ବଜ୍ରଘାତରେ ମୃତ୍ୟୁ ବରଣ କରିଛନ୍ତି । ସୁବାସିନୀ ଜଣେ ମେଧାବୀ ଛାତ୍ରୀ ହୋଇଥିବାରୁ ତାକୁ ପାଠ ପଢାଇବାକୁ ଯାଇ ତାର ମା ଭୁବନେଶ୍ୱରରେ ରହ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଗୋଟିଏ ଦିନ ପରେ ସୁବାସିନୀ ନବଦ୍ୟୋୟ ବିଦ୍ୟାଳୟ ପାଇଁ ପରୀକ୍ଷା ଦେବାକୁ ରାତ୍ରୀରେ ପାଠ ପଢୁଥିଲା । ବିଜୁଳୀ ଆଲୋକ ନଥିବାରୁ ସେ ଡିବିରି ରେ ପାଠ ପଢୁଥିଲା । ସେ ସମୟରେ ହଠାତ୍ ଦନ୍ତା ହାତୀଟି ତାଙ୍କ ଘର ଭାଙ୍ଗିଥିଲା । ସୁବାସିନୀ ଘରୁ ବାହାରି ପ୍ରାଣ ବିକକଳରେ ଦୋ÷÷ଡି ପଳାଇ ଆସୁଥିବା ବେଳେ ହାତୀ ତାକୁ ଟାଣି ନେଇ ପାଦରେ ଦଳିଦେଇଥିଲା । ଫଳରେ ସେହିଠାରେ ତାର ପ୍ରାଣବାୟୁ ଉଡି ଯାଇଥିଲା । ଗୋଟିଏ ପଟେ ହାତୀକୁ ଘଉଡାଇବାରେ ବନ ବିଭାଗ ବିଫଳ ହେଉଥିବା ବେଳେ ଅନ୍ୟ ପକ୍ଷରେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟଣାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ଏବଂ କ୍ଷତିପୁରଣ ଦାବୀରେ ଉତ୍ୟକ୍ତ ଲୋକେ ୨୨୦ ନମ୍ବର ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ସାହାରପଡା ତହସିଲଦାର ଲମ୍ବୋଦର ଖୁଟିଂଆ ଓ ପାଟଣା ଥାନା ଅଧିକାରୀ ସଂଧ୍ୟାରାଣୀ ଜେନା ପହଞ୍ଝି ଉତ୍ୟକ୍ତ ଲୋକମାନଙ୍କୁ ବୁଝା ସୁଝା କରିଥିଲେ । ଏବଂ ରେଡକ୍ରସରୁ ୧୦ ହଜାର ଟଙ୍କା ଏବଂ ବନ ବିଭାଗ ପକ୍ଷରୁ ୪୦ ହଜାର ଟଙ୍କା କ୍ଷତିପୁରଣର ପ୍ରତିଶ୍ରୃତି ପରେ ରାସ୍ତାରୋକ ହଟିଥିଲା । ଶବ ବ୍ୟବଛେଦ ପରେ ମୃତ ଶରୀରକୁ ପରିବାରଙ୍କୁ ହସ୍ତାନ୍ତରିତ କରାଯାଇଥିଲା । ଏହି ଘଟଣାରେ ପାଟଣା ଥାନାରେ ଏକ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।