
ମାଲକାନଗିରି-ସନ୍ଥ ଦର୍ଶନ ଓ ତୀର୍ଥ ଭ୍ରମଣ ଉଭୟ ପୁଣ୍ୟପ୍ରଦ ଅଟେ ଆଜି ସନ୍ଥ ଗୋପାଳ ଦାସ କୈଳାଶୀ ଜି ମହାରାଜ (ରାଷ୍ଟ୍ରୀୟ ସଂରକ୍ଷକ, ଶ୍ରୀରାମ ସାଂସ୍କୃତିକ ପରିଷଦ) ତାଙ୍କ ପୂର୍ବ ଆଶ୍ରମ ପିତା, ମାତା ଏବଂ ୫ ଜଣ ବୟୋବୃଦ୍ଧ ତୀର୍ଥ ଯାତ୍ରୀଙ୍କ ସହ ଅଯୋଧ୍ୟା ରୁ ମେ ମାସ ୧୭ ତାରିଖରୁ ବାହାରି ସୋମବାର ଦିନ ସେମାନେ ଜଗଦଲପୁର ରୁ ବାହାରି ଗୁପ୍ତେଶ୍ୱର, ଆମ୍ମାକୁଣ୍ଡ (ଖଇରପୁଟ), ସୀତାକୁଣ୍ଡ (ମୁଦୁଲିପଡ଼ା) ପରେ ରାତିରେ ଖଇରପୁଟ ରେ ରହିଥିଲେ!
ମଙ୍ଗଳବାର ଦିନ ଖଇରପୁଟ ରୁ ବାହାରି ମାଲକାନଗିରି ସହରର ମଲ୍ଲିକେଶ୍ୱର ମନ୍ଦିର ଦର୍ଶନ କରି ଥିଲେ!
ପରେ ମଧ୍ୟାହ୍ନ ଭୋଜନ ମାଲକାନଗିରି ର ରାମକୃଷ୍ଣ ଚୌଧୁରୀ , ଭାରତୀ ପାଢ଼ୀ ଓ ପରିବାରସହ କରିଥିଲେ! ଚିକ୍କନମିଟି ମନ୍ଦିର (ସୁକୁମା), ଇଞ୍ଜରମ୍ ଦେଇ ସନ୍ଧ୍ୟା ସମୟରେ ମୋଟୁ ସଙ୍ଗମ ରେ ସ୍ନାନ କରି ରାତ୍ର କୋଣ୍ଟା ରେ ରହିଥିଲେ!
ମାଲକାନଗିରି ଗ୍ରସ୍ତ ସମୟରେ ମାଲକାନଗିରି ର ଦିନେଶ ପଟ୍ଟନାୟକ (ଅଯୋଧ୍ୟା ପଦଚାରୀ) ଓ ଅରୁଣ କୁମାର ଡୁରୁକା (ପତଞ୍ଜଳି ଯୋଗ ସମିତି) ମଲ୍ଲିକେଶ୍ୱର ମନ୍ଦିର ନିକଟରେ ସାଧୁ ଗୋପାଳ ଦାସ ଓ ତାଙ୍କ ସାଥୀଙ୍କୁ ସ୍ଵାଗତ କରିଥିଲେ!