-
କୋଲକାତାରେ ଇସ୍ପାତ କ୍ଷେତ୍ରରେ ପୂର୍ବୋଦୟ ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ହେଉ ବା ସାମାଜିକ ସଂସ୍କାର ଆନେ୍ଦାଳନ ହେଉ ପୂର୍ବ ଭାରତ ସମଗ୍ର ଦେଶକୁ ନେତୃତ୍ୱ ଦେଇଛି । ପୂର୍ବ ଭାରତରେ ଅସୀମ ସମ୍ଭାବନା ରହିଛି । ଏଠାରେ ବିପୁଳ ମାତ୍ରାରେ ପ୍ରାକୃତିକ ସମ୍ବଳ ଥିଲେ ସୁଦ୍ଧା ଦେଶର ଅନ୍ୟ ଭାଗ ତୁଳନାରେ ଏହି ଅଂଚଳ ସାମାଜିକ- ଆର୍ଥିକ ବିକାଶ କ୍ଷେତ୍ରରେ ପଛରେ ପଡିଛି । ତେଣୁ ସମନ୍ୱିତ ଇସ୍ପାତ ହବ ୍ ଜରିଆରେ ଇସ୍ପାତ କ୍ଷେତ୍ରରେ ଦୃତ ବିକାଶ ଜରିଆରେ ‘ପୂର୍ବୋଦୟ’ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେୃତୃତ୍ୱଧୀନ କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶ ପାଇଁ ସଂପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ଦେଶରେ ଥିବା ଆକାଂକ୍ଷୀ ଜିଲ୍ଲା ମାନଙ୍କ ମଧ୍ୟରୁ ଅଧା ଜିଲ୍ଲା ଏହି ଅଂଚଳର । ଏହି ଅଂଚଳରେ ଭିତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ସେ କହିଛନ୍ତି ଯେ ଏକ ବିଂଶ ଶତାବ୍ଦୀ ଜ୍ଞାନ ଓ ଟେକ୍ନୋଲୋଜିର ଶତାବ୍ଦୀ ହେବାକୁ ଯାଉଛି । ନୂଆ ଟେକ୍ନୋଲୋଜି ଅର୍ଥନୀତି ଓ ସମାଜର ଆକାରକୁ ବଦଳାଉଛି ।
ପ୍ରସ୍ତାବିତ ସମନ୍ୱିତ ଷ୍ଟିଲ ହବ୍ ଓଡିଶା, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମ ବଙ୍ଗ, ଉତର ଆନ୍ଧ୍ର ପ୍ରଦେଶର ସାମାଜିକ- ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ସେ କହିଛନ୍ତି ।