
ଭୁବନେଶ୍ୱର– ମାସକ ଭିତରେ ମୁକୁଳା ଡ୍ରେନ ଉପରେ ସ୍ଲାବ ପଡ଼ିବ । ସପ୍ତାହକ ଭିତରେ ଡ୍ରେନ ବାରିକେଡ କାମ ସରିବ । ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଭୁବନେଶ୍ୱର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ ରହିଛି । ସେଥିରୁ ବିଏମସି ଅଧୀନରେ ୧୩୮୦ କିଲୋମିଟର ଡ୍ରେନ ଅଛି । ଏହା ଭିତରୁ ୨୭ କିଲୋମିଟର ମୁକୁଳା ଡ୍ରେନ ରହିଛି । ସବୁ ମୁକୁଳା ଡ୍ରେନ ଚିହ୍ନଟ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ୍ କାମ ସରିବ । କିଛି ସ୍ଥାନରେ ଡ୍ରେନ ଉପରେ ଜବରଦଖଲ ରହିଛି । ବିଭିନ୍ନ ବିଭାଗ ସହ ସମନ୍ୱୟ ବୈଠକ କରାଯାଇ ଜବରଦଖଲ ଉଛେଦ ପାଇଁ ପଦକ୍ଷେପ ନିଆଯାଉଛି । ବ୍ୟାରିକେଡ଼ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି । ସପ୍ତାହକ ଭିତରେ ଏସବୁ ସ୍ଥାନରେ ବ୍ୟାରିକେଡ଼ ଲାଗିବ ବୋଲି ସେ ପ୍ରକାଶ କରିଛନ୍ତି ।