ଭୁବନେଶ୍ୱର, ନିୟମ ଅନୁସାରେ ଘର ଯେମିତି ନେଇଥିଲି ଫେରାଇବି ବୋଲି କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ବାସଭବନ ଭାଙ୍ଗିବା ନେଇ ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, ଯେ ହେତୁ ସମ୍ପାଦକ ଥିଲି ଅନେକ ଲୋକ ଆସୁଥିଲେ । ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା ହୋଇଥିଲା । ‘ଘର ଛାଡ଼ିବା ପାଇଁ ୧୫ ତାରିଖ ଯାଏ ସମୟ ଅଛି । ୧୫ ପୂର୍ବରୁ ନିୟମ ଅନୁସାରେ ଘର ଫେରାଇବି ବୋଲି ସେ କହିଛନ୍ତି ।