-
ଓଡିଆ ଭାଷାରେ ନେଲେ ଶପଥ
-
ଶପଥ ପରେ କହିଲେ ଜୟ ଜଗନ୍ନାଥ ଓ ଜୟ ମା ତାରିଣୀ
କେନ୍ଦୁଝର –କେନ୍ଦୁଝର ଲୋକସଭା ଆସନରୁ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ଅନନ୍ତ ନାୟକ ଆଜି ସଂସଦରେ ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ଚଳିତ ସଂସଦୀୟ ଅଧିବେଶନର ଦ୍ୱିତୀୟ ଦିନରେ କାମଚଳା ବାଚସ୍ପତି ଭର୍ତୃହରି ମହତାବ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଶ୍ରୀ ନାୟକ ଓଡିଆ ଭାଷାରେ ଶପଥ ଗ୍ରହଣ କରିଛନ୍ତି ।
ଶପଥ ଗ୍ରହଣ କରିବା ପରେ ଶ୍ରୀ ନାୟକ ସୋସିଆଲ ମିଡିଆରେ ପୋଷ୍ଟ କରି କେନ୍ଦୁଝରବାସୀଙ୍କୁ ଧନ୍ୟବାଦ ଦେବା ସହ ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ଲେଖିଛନ୍ତି ।
ସେ ଲେଖିଛନ୍ତି, “୧୮ତମ ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କଲି । କେନ୍ଦୁଝର ଲୋକସଭା ଆସନରୁ ପୁଣି ଥରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିବାରୁ କେନ୍ଦୁଝରବାସୀଙ୍କୁ ଦୃଦୟରୁ କୃତଜ୍ଞତା ଜଣାଉଛି । ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ସମାଜର ସେବା କରିବା ପାଇଁ ସବୁବେଳେ ଚେଷ୍ଟା କରିବି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତ ପାଇଁ ଆମେ ସଂକଳ୍ପବଦ୍ଧ । ଜୟ ଜଗନ୍ନାଥ । ଜୟ ମା ତାରିଣୀ ।। ”
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଶ୍ରୀ ନାୟକ ଏହା ପୂର୍ବରୁ ଦୁଇ ଥର କେନ୍ଦୁଝର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରି ସାରିଛନ୍ତି । 2000 ଓ 2004 ମସିହାରେ ଲଗାତାର ଭାବେ ସେ କେନ୍ଦୁଝର ଆସନରୁ ବିଜୟୀ ହୋଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ଶ୍ରୀ ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ 97 ହଜାରରୁ ଉର୍ଧ ଭୋଟରେ ପରାଜିତ କରିଥିଲେ ।