-
ଜିଏ ବିଭାଗରୁ ଅନୁମତି ନେଇନଥିଲେ କାର୍ଯ୍ୟାନୁଷ୍ଠାନ ହେବ
ଭୁବନେଶ୍ୱର– ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର୍ସ ବୁଲି ଦେଖିଛନ୍ତି ଜିଏ ବିଭାଗର ୩ ଜଣ ଅଧିକାରୀ । ଏହାପରେ ଜିଏର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ କ୍ୱାର୍ଟର୍ସ ଭିତରର ସମସ୍ତ ଅଂଚଳ ବୁଲି ଦେଖିଲୁ । କ୍ୱାର୍ଟର୍ସର ମୂଳଭିତିରେ କୌଣିସ ପରିବର୍ତନ ହୋଇନାହିଁ ।
ମୂଳଭିତିକୁ ଛାଡ଼ି ପରିସରରେ ଆଉ ୨ଟି ଷ୍ଟ୍ରକଚର ନିର୍ମାଣ ହୋଇଥିଲା ।୨ ହଜାର ବର୍ଗଫୁଟରେ ଷ୍ଟିଲ୍ ରେ ୨ଟି ବିଶାଳ ଷ୍ଟ୍ରକଚର ତିଆରି ହୋଇଥିଲା । ଗୋଟିଏ ଷ୍ଟ୍ରକଚରରେ ବେସ୍ ମେଂଟ୍ କୁ ରାସ୍ତା ନିର୍ମାଣ ହୋଇଛି ।
ଆମେ ତଦାରଖ କରିବା ବେଳକୁ ଷ୍ଟ୍ରକଚର କାନ୍ଥ ଗୁଡ଼ିକୁ ଭଙ୍ଗା ଯାଇଛି ।
ଅନ୍ୟପକ୍ଷରେ କ୍ୱାର୍ଟର୍ସ ଭିତରେ ଅଧିକ ନିର୍ମାଣ ପାଇଁ ଅନୁମିତି ମିଳିଥିଲା କି ପ୍ରଶ୍ନରେ ଉତରରେ ଜିଏ ଅଧିକାରୀ କହିଛନ୍ତି ଯେ ରେକର୍ଡ ଦେଖିବା ପରେ ପ୍ରତିକ୍ରିୟା ଦିଆଯିବ । ଜିଏ ବିଭାଗରୁ ଅନୁମତି ନେଇନଥିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ବବିଙ୍କ କ୍ୱାର୍ଟର୍ସ ଭିତରେ ନିର୍ମାଣ ଭଙ୍ଗାକୁ ନେଇ ବିବାଦ ଦେଖାଦେଇଛି । କାହିଁକି ନିର୍ମାଣ ହୋଇଥିଲା ଏବଂ କାହିଁକି ଭଙ୍ଗାଯାଉଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଖବର ପାଇ ଜିଏ ବିଭାଗର ୩ ଜଣ ଅଧିକାରୀ ଘଟଣାସ୍ଥଳରେ ପହଂଚି ପୋଲିସ ଫୋର୍ସଙ୍କ ଉପସ୍ଥିତିରେ କ୍ୱାର୍ଟର୍ସ ବୁଲି ଦେଖିଛନ୍ତି ।