
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା |ଏହି ବୈଠକରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଏବଂ ଛତିଶା ନିଯୋଗ ପ୍ରତିନିଧି ମାନେ ଉପସ୍ଥିତ ଥିଲେ |ବୈଠକ ନିଷ୍ପତି କ୍ରମେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଦିନ ୧ଟା ୧୦ରେ ପହଣ୍ଡି ଆରମ୍ଭ ପାଇଁ ସମୟ ଧାର୍ଯ୍ୟ କରାଯାଇଛି |ସେହିପରି ୨. ୩୦ ସମୟରେ ପହଣ୍ଡି ସମ୍ପୂର୍ଣ୍ଣ ହୋଇ ୪ ଟା ସମୟରେ ଗଜପତି ମହାରାଜ ଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବ |ପରେ ପରେ ଘୋଡା ସାରଥୀ ଲାଗି ଅପରାହ୍ନ ୫ ଟା ସମୟରେ ରଥ ଟଣା ପାଇଁ ବୈଠକରେ ନିଷ୍ପତି ହୋଇଥିବା ସୂଚନା ମିଳିଛି |