ନୂଆଦିଲ୍ଲୀ, ଅଷ୍ଟାଦଶତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଡିଆକୁ ସମ୍ବୋଧିତ କରି କହିଛନ୍ତି ଯେ, ଲୋକେ ଆମର ଉଦ୍ଦେଶ୍ୟ ଓ ନୀତି ଉପରେ ମୋହର ଲଗାଇଛନ୍ତି । ଆମେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ଚାହୁଁଛୁ । ସଂସଦୀୟ ଗଣତନ୍ତ୍ରରେ ଏହା ଗୌରବଶାଳୀ ଦିନ ଅଟେ । ସ୍ୱାଧୀନତା ପରେ ପ୍ରଥମ ଥର ଆମର ନିଜର ନୂଆ ସଂସଦ ଭବନରେ ଶପଥ ଗ୍ରହଣ ସମାରୋହ ହେଉଛି ।
ସେ କହିଛନ୍ତି ଯେ, ଆଜି ଅଷ୍ଟାଦଶ ଲୋକସଭା ଆରମ୍ଭ ହେଉଛି । ବିଶ୍ୱର ସବୁଠୁ ବଡ ନିର୍ବାଚନ ଭବ୍ୟ ଓ ସୁନ୍ଦର ଭାବେ ହୋଇଛି । ଏହା ଏଥିପାଇଁ ବି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ସ୍ୱାଧୀନତା ପରେ ଦ୍ୱିତୀୟ ଥର ଦେଶର ଲୋକେ ଲଗାତର ତୃତୀୟ ଥର ଗୋଟିଏ ସରକାରକୁ ସେବା କରିବାର ସୁଯୋଗ ଦେଇଛନ୍ତି । ଗତ 10 ବର୍ଷରେ ସବୁବେଳେ ଏକ ପରମ୍ପରା ଲାଗୁ କରିବାକୁ ଉଦ୍ୟମ କରିଛୁ, କାରଣ ଆମର ବିଶ୍ୱାସ ଯେ, ସରକାର ଚଳାଇବା ପାଇଁ ବହୁମତର ଆବଶ୍ୟକତା ରହିଛି କିନ୍ତୁ ଦେଶ ଚଳାଇବା ପାଇଁ ସାଧାରଣ ସହମତି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବାକୁ ଚାହୁଁଛୁ ଏବଂ ନିଷ୍ପତ୍ତିକୁ ଗତି ଦେବାକୁ ଚାହୁଁଛୁ ।