ସମ୍ବଲପୁର– ନବନିର୍ବାଚିତ ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମ୍ବଲପୁର ଗସ୍ତ ଅବସରରେ ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପଶ୍ଚିମ ଓଡି଼ଶା ବିକାଶ ପରିଷଦ ଗଠନ ହେବାର ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ପରିଷଦର ମୁଖ୍ୟାଳୟ ଭୁବନେଶ୍ଵରରେ ରହିଛି । ତେଣୁ ଏହାର ମୁଖ୍ୟାଳୟକୁ ତୁରନ୍ତ ଭୁବନେଶ୍ବରରୁ ସମ୍ବଲପୁରକୁ ସ୍ଥାନାନ୍ତରିତ କରିବା ପାଇଁ ଯୁବ ମୋର୍ଚ୍ଚା ଦାବି କରିଛି । ଏହା ସହିତ ସମ୍ବଲପୁରରେ ନିୟମିତ ବ୍ୟବଧାନରେ ଜଣ୍ଡିସ ଓ ହଇଜା ହେଉଛି । ଫଳରେ ଅଞ୍ଚଳବାସୀ ଦୁଃଖ କଷ୍ଟ ଯନ୍ତ୍ରଣା ପାଇବା ସହ ଅନେକ ଧନ ଜୀବନ ନଷ୍ଟ ହେଉଛି । ଏଣୁ ଏହାର ଶୀଘ୍ର ଓ ବିଧିବଦ୍ଧ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉ ବୋଲି ଯୁବ ମୋର୍ଚ୍ଚା ଦାବି କରିଛି ।
ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରିକନ ପଟ୍ଟନାୟକଙ୍କ ନେତୃତ୍ଵରେ ଉପରୋକ୍ତ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ମୋର୍ଚ୍ଚା ପକ୍ଷରୁ ସତୀଶ ଦୋରା, ବିକାଶ ଭୋଇ, ପର୍ଶୁରାମ ପଣ୍ଡା, ରାହୁଲ ମୋଦକ, ଅନିରୁଦ୍ଧ ଶର୍ମା, ସ୍ଵାଗତ ପଢି, ସୌରଭ ଦାନୀ, ବିଶ୍ଵଜିତ ବାଗ, ରାକେଶ ରାଉତ, ରିକି ବେହେରା ପ୍ରମୁଖ ସାମିଲ ଥିଲେ ।