ଗଞ୍ଜାମ– ଶେରଗଡ଼ ବ୍ଳକର ପିତଳ ଡାକ୍ତରଖାନା ସବୁକିଛି ନାହଁ ନାହଁରେ ଚାଲିଛି। ପୁରାତନ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ଜଣ ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ଆଟେନ୍ଡର, ଡ୍ରେସର ମ୍ଯାନ, ସୁଇପର, ରୋଗୀଙ୍କ ପାଇଁ ଖାଦ୍ଯ ପ୍ରସ୍ତୁତ ପାଇଁ ରୋଷେୟା ନିଯୁକ୍ତି ପାଇଥିଲେ। ଏହି ଡାକ୍ତରଖାନାଟି ଦଶଶଯ୍ଯା ବିଶିଷ୍ଟ ଡାକ୍ତରଖାନାର ମାନ୍ୟତା ପାଇଥିବା ବେଳେ ବର୍ତ୍ତମାନ ଏସବୁ ବ୍ୟବସ୍ଥା ଉଭାନ ହୋଇଯାଇଛି। ଏହି ଡାକ୍ତରଖାନା ଉପରେ ପ୍ରାୟ ୨୦ଟି ଗ୍ରାମର ଜନସାଧାରଣ ନିର୍ଭର କରୁଛନ୍ତି। ବର୍ତ୍ତମାନ ଡାକ୍ତରଖାନାର ଚିତ୍ର ବଦଳି ଯାଇଛି। ଚକାଚକ ବିଲ୍ଡିଙ୍ଗ ହୋଇଛି, ହେଲେ ସ୍ଥାୟୀ ଡାକ୍ତର ନାହାଁନ୍ତି, ଚାରି- ଛଅ ମାସରେ ଥରେ ଜଣେ କନଟ୍ରାକଚୁଏଲ ଡାକ୍ତର ଵଦଳି ହେଉଛନ୍ତି। ସ୍ଥାୟୀ ଫାର୍ମାସିଷ୍ଟ ନାହାଁନ୍ତି। ଜଣେ ଆୟୁଷଡାକ୍ତର ଅଛନ୍ତି। ଷ୍ଟାଫ୍ ନର୍ସ, ମହିଳା ସ୍ଵାସ୍ଥ୍ୟ ପରିଦର୍ଶିକା, ସୁଇପର ମଧ୍ଧ ନାହାନ୍ତି। ବଡ଼ ଦୟନୀୟ ଅବସ୍ଥାରେ ଏହି ଡାକ୍ତରଖାନା ଚାଲିଛି। ତୁରନ୍ତ ଏହି ଡାକ୍ତରଖାନାରେ ଜଣେ ଏଲଏଇଚଭି, ସୁଇପର , ଷ୍ଟାଫ୍ ନର୍ସ ନିଯୁକ୍ତି କରିଵାକୁ ପିତଳ ହସ୍ପିଟାଲର ଚିକିତ୍ସାଧିକାରୀ ଡାକ୍ତର ମାନସ କୁମାର ଵିଷୋଇ ଗଞ୍ଜାମ ସିଡିଏମଓଙ୍କୁ ଗତ ୬ ତାରିଖରେ ପତ୍ର ଲେଖି ଅନୁରୋଧ କରିଛନ୍ତି।
Related Stories
November 22, 2024