ଭୁବନେଶ୍ୱର- ଆସନ୍ତାକାଲି ଅର୍ଥାତ୍ ଜୁନ ୨୫ ତାରିଖକୁ କଳା ଦିବସ ଭାବେ ପାଳନ କରିବ ବିଜେପି । ଏହି ଦିନ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ । ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ରର ହତ୍ୟା କରିଥିଲା କଂଗ୍ରେସ । ବିରୋଧୀ ଦଳଙ୍କୁ ଜେଲରେ ପୁରାଇ ଥିଲେ, ୧୯ ମାସ ଧରି ତାନାଶାହି ଶାସନ ଚଳାଇ ଥିଲେ । କ୍ଷମତା ଖସିବା ଭୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ । ନିଜର ସ୍ୱାର୍ଥ ଓ ପଦବୀର ସୁରକ୍ଷା ପାଇଁ ସେ ଏପରି କରିଥିଲେ । ତେବେ ବିଜେପି ଏକ ଦାୟିତ୍ୱସମ୍ପନ ଦଳ ହିସାବରେ ଜୁନ ୨୫କୁ କଳା ଦିବସ ଭାବେ ପାଳନ କରିବ । ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ କଳା ଦିବସ ପାଳନ କରାଯିବ ବୋଲି ବିଜେପି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି ।