
ଭୁବନେଶ୍ୱର– ସଂସଦରେ କଠୋର ଆଭିମୁଖ୍ୟ ରଖିବ ବିଜେଡି । ଗୃହରେ ଓଡ଼ିଶା ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, କୋଷ୍ଟାଲ ହାଇୱେ ସହ ସମ୍ବଲପୁର, ବାଲେଶ୍ୱର ଓ କୋରାପୁଟରେ ଏମ୍ସ ପ୍ରତିଷ୍ଠା ଦାବି କରିବ ବିଜେଡି । ନବୀନ ନିବାସରେ ବିଜେଡି ରାଜ୍ୟସଭା ସାଂସଦଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।
ରାଜ୍ୟସଭାରେ ଦଳର ଆଭିମୁଖ୍ୟକୁ ନେଇ ସୋମବାର ନବୀନ ନିବାସରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ବିଜେଡି ସାଂସଦ କହିଛନ୍ତି ଯେ କେନ୍ଦୁପତ୍ରରୁ ଜିଏସଟି ଛାଡ ପ୍ରସଙ୍ଗ ଉଠାଯିବ । ବିଜେଡି ବିରୋଧୀ ଦଳ ଭୂମିକାରେ ବସିବ । ଆଭିମୁଖ୍ୟ କଠୋର କରିବ ଦଳ । ଆବଶ୍ୟକ ପଡିଲେ ଗୃହ ମଧ୍ୟଭାଗକୁ ଓହ୍ଲାଇବ ବିଜେଡି । ରେଳବାଇ ସଂଯୋଗୀକରଣ, ବ୍ୟାଙ୍କିଂ ସେବା ସାଙ୍ଗକୁ ୩୩% ମହିଳା ସଂରକ୍ଷଣ ନେଇ ମଧ୍ୟ ଦାବି ଉଠାଇବ ଦଳ । ଟେଲିକମ ବିକାଶ, ମହାନଦୀ, ଆବାସ ଯୋଜନା ପ୍ରସଙ୍ଗ ଉଠିବ । ଆଦିବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିକାଶ ପ୍ରସଙ୍ଗ ଉଠାଇବ ବୋଲି କହିଛି ବିଜେଡି ।