ଭୁବନେଶ୍ୱର – ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ବସ୍ ସେବା ଆରମ୍ଭ ହେବ । ଓଡିଶାର ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥଳରୁ ଅଯୋଧ୍ୟା, ତିରୁପତି, ମହାକାଳେଶ୍ୱର, ବାରାଣସୀ ଓ ବୃନ୍ଦାବନ ଆଦି ତୀର୍ଥ ସ୍ଥଳୀକୁ ବସ୍ ଚାଲିବ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୋମବାର ଏହି ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ପରିବେଶ ଅନୁକୂଳ ଅଧିକରୁ ଅଧିକ ଇଲେକ୍ଟ୍ରିକ୍ ବସ ଚାଲିବ । ଲୋକଙ୍କୁ ଅଧିକ ବସ୍ ସେବା ପାଇଁ ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣାଯିବ । ରଥ ଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଓଏସଆରଟିସି ବସ୍ ଗଡ଼ିବ । ସମସ୍ତ ୩୧୪ ବ୍ଲକରୁ ପୁରୀକୁ ବସ୍ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।