
ଗାଜା, ଉତ୍ତର ଗାଜାରେ ଶନିବାର ଇସ୍ରାଏଲ ଆକ୍ରମଣରେ ଅତିକମରେ 39ଜଣଙ୍କ ମୃତ୍ୟୁ ହୋଇଛି । ଏହାର ଦିନକ ପୂର୍ବରୁ ଦକ୍ଷିଣ ସହର ରାଫାର ନିକଟ ଶରଣାର୍ଥୀ ଶିବିର ଉପରେ ହୋଇଥିବା ଆକ୍ରମଣରେ ଅତିକମରେ 25ଜଣଙ୍କ ମୃତ୍ୟୁ ହୋଇଥିଲା । ମଧ୍ୟ ଓ ଦକ୍ଷିଣ ଗାଜାରେ ନିଜର ଅଭିଯାନ ଜାରି ରଖିବ ବୋଲି ଇସ୍ରାଏଲ କହିଛି ।
ପାଲେଷ୍ଟାଇନ ଓ ହସ୍ପିଟାଲ ଅଧିକାରୀଙ୍କ ଅନୁସାରେ ଶନିବାର ଉତ୍ତର ଗାଜାରେ ଇସ୍ରାଏଲ ଆକ୍ରମଣରେ ଅତିକମରେ 39ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଗାଜା ସିଟିରେ ଅଲଅହଲି ହସ୍ପିଟାଲର ନିର୍ଦ୍ଦେଶକ ଫାଦେଲ ନଇମଙ୍କ ମୁତାବକ ହସ୍ପିଟାଲରେ ପ୍ରାୟ 36ଟି ମୃତଦେହ ପହଂଚିଛି । ଶନିବାର ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ, ତାର ଯୁଦ୍ଧ ବିମାନ ଗାଜା ସିଟିରେ ହମାସର ଦୁଇଟି ସୈନ୍ୟ ଠିକଣା ଉପରେ ଆକ୍ରମଣ କରିଛି ।