
ଭୁବନେଶ୍ୱର, ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ‘ଏକ ବିଧାନ, ଏକ ପ୍ରଧାନ ଔର ଏକ ନିଶାନ’ ନାରା ଦେଇ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ପ୍ରାଣବଳୀ ଦେଇଥିବା ପ୍ରଖର ରାଷ୍ଟ୍ରବାଦୀ ବିଚାରକ ତଥା ଶିକ୍ଷାବିତ ଶ୍ରଦ୍ଧେୟ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ କୋଟି କୋଟି ପ୍ରଣାମ । ତାଙ୍କ ବଳିଦାନ ପ୍ରତି ଭାରତୀୟଙ୍କୁ ଦେଶ ପ୍ରେମ ପାଇଁ ପ୍ରେରିତ କରୁଥିବ ।