ନୂଆଦିଲ୍ଲୀ, କର୍ଣ୍ଣାଟକର ଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲରେ କର୍ଣ୍ଣାଟକ ପୋଲିସ ଆଉ ଜଣଙ୍କୁ ଗିରଫ କରିଛି । ସେକ୍ସ ସ୍କାଣ୍ଡାଲରେ ଫସିଥିବା ପ୍ରଜ୍ୱଳ ରେଭନ୍ନାଙ୍କ ଭାଇ ସୂରଜ ରେଭନ୍ନାଙ୍କୁ ହାସନ ପୋଲିସ ଗିରଫ କରିଛି । ସୂରଜଙ୍କ ଉପରେ ଜେଡିଏସ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ରଖୁଥିବା ଅଭିଯୋଗ ରହିଛି ।
କର୍ଣ୍ଣାଟକ ପୋଲିସ ଶନିବାର ଜେଡିଏସ ଏମଏଲସି ସୂରଜ ରେଭନ୍ନାଙ୍କ ବିରୁଦ୍ଧରେ ପାର୍ଟିର 27 ବର୍ଷୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଯୌନ ଉତ୍ପୀଡନର ମାମଲା ରୁଜୁ କରିଥିଲା ।
ଏଫଆଇଆର ଅନୁସାରେ, ପୀଡିତ ଜଣକ ଜୁନ 16 ସନ୍ଧ୍ୟା 6.15ରେ ହାସନ ଜିଲ୍ଲାର ହୋଲେନାରାସିପୁରା ସ୍ଥିତ ଏକ ଫାର୍ମହାଉସରେ ସୂରଜ ରେଭନ୍ନାଙ୍କୁ ଭେଟିବାକୁ ଯାଇଥିଲେ । ଏହି ସମୟରେ ଏମଲସି ତାଙ୍କ ଯୌନ ଶୋଷଣ କରିଥିଲେ । ଏବଂ ମୁହଁ ଖୋଲିଲେ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।