ପାଟଣା, ଅରରିୟା ଓ ସିଭାନ ଜିଲ୍ଲାରେ ପୋଲ ଭୁଶୁଡିବା ଘଟଣା ପରେ ମୋତିହାରୀ ଜିଲ୍ଲାରେ ବି ଏକ ପୋଲ ଭୁଶୁଡିପଡିଛି । ମୋତିହାରୀର ଘୋଡାସହନ ପ୍ରଖଣ୍ଡ ଅମାଭାରୁ ଚୈନପୁର ଷ୍ଟେସନ ଅଭିମୁଖେ ଯାଉଥିବା ରାସ୍ତାରେ ତିଆରି ହେଉଥିବା ପୋଲର ଶନିବାର ସକାଳେ ଢଳେଇ ପଡିଥିଲା ଏବଂ ରବିବାର ଏହା ଭୁଶୁଡି ପଡିଛି ।
ପ୍ରାୟ ଦେଢ କୋଟି ଟଙ୍କ ବିନିମୟରେ ଏହି ପୋଲର ନିର୍ମାଣ ହେଉଥିଲା । ଗତ ଦୁଇ ଦିନରୁ ପୋଲର ଢଳେଇ କାମ ଚାଲିଥିଲା । ଆରସିସି ପୋଲର ନିର୍ମାଣ ଧୀରେନ୍ଦ୍ର କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ଶ୍ରୀକୃଷ୍ଣନଗର ପକ୍ଷରୁ କରାଯାଉଥିଲା । ଶନିବାର ପୋଲର ଏକ ଭାଗର ଢଳେଇ କରାଯାଇଥିଲା, ଯାହା ଆଜି ଖସିପଡିଛି । ନିମ୍ନମାନର ସାମଗ୍ରୀ ବ୍ୟବହାର କାରଣରୁ ପୋଲିଟି ଭୁଶୁଡି ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି ।