ପାରଳାଖେମୁଣ୍ଡି- ମହାରାଜ ଗୋପିନାଥ ଗଜପତିଙ୍କ ଭୁବନେଶ୍ୱରଠାରେ ଦେହାନ୍ତ ପରେ ମର ଶରୀର ପାରଳାଖେମୁଣ୍ଡି ଆଣିବା ବେଳେ ବିଭିନ୍ନ ଗା୍ରମ ମାନଙ୍କରେ ଶୋକ ପ୍ରକାଶ କରି ତାଙ୍କ ମର ଶରୀର ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କରି ଗୁଣଗାନ କରଯାଇଥିଲା ।
ବ୍ରହ୍ମପୁର ଠାରେ ଗଜପତି ନାଗରିକ ମଂଚ, ଭୁବନେଶ୍ୱରଠାରେ ପାରଳା ବିକାଶ ମଂଚ, କେରଣ୍ଡି ପଂଚାୟତ ସମେତ ସହରର ବିଭିନ୍ନ ଅନୁÂାନ ପରୁ ପୁଷ୍ପାଂଜଳି ଦିଆଯାଇଥିଲା । ସର୍ବସାଧାରଣରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲାପାଳ ଅନୁପମ ସାହା, ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଡ. ତିରୁପତି ପାଣିଗ୍ରାହୀ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ଖାନନଗରକୁ ମହାରାଜାଙ୍କର ମର ଶରୀର ନିଆଯାଇଥିଲା । ହଜାର ହଜାର ମହିଳା ଓ ପୁରୁଷ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ କନ୍ୟା କଲ୍ୟାଣୀ ଗଜପତି ରାମସ୍ୱାମୀ ପୂଜାର୍ଚ୍ଚନା କରି ରାଜ ପ୍ରାସାଦକୁ ଆସି ରାଜ ମୁକୁଟ ପିନ୍ଧିଥିଲେ । ପରେ ମହାରାଜାଙ୍କ ମର ଶରୀରକୁ ରାଜପରିବାର ସ୍ମଶାନକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା । ଶେଷରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପୋଲିସ ତୋପ ସଲାମି ଦେଇଥିଲେ ।