
କନୌଜ, ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଆଗରା-ଲକ୍ଷ୍ନୌ ଏକ୍ସପ୍ରେସ-ୱେରେ ରବିବାର ଏକ ଡବଲ ଡେକର ବସ୍ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି । ଏହି ଦୁର୍ଘଟଣାରେ 25ଜଣ ଯାତ୍ରୀ ଆହତ ହୋଇଛନ୍ତି, ଯେଉଁଥିରେ 14ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କନୌଜ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଚିକିତ୍ସା ସେବା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଡ୍ରାଇଭରଙ୍କୁ ନିଦ ଲାଗିଯାଇଥିବା କୁହାଯାଉଛି । ଏହି ବସଟି ଯାତ୍ରୀଙ୍କୁ ଜୌନପୁରରୁ ଦିଲ୍ଲୀ ନେଇ ଯାଉଥିଲା । ତେବେ ଆଗରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଚାଳକଙ୍କ ଆଖି ଲାଗିଯିବାକୁ ଏହି ଦୁର୍ଘଟଣା ଘଟିଥିଲା ।