
ଲକ୍ଷ୍ନୌ, ଲୋକସଭା ନିର୍ବାଚନରେ ନିଜ ଦମରେ ଏକୁଟିଆ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ବହୁଜନ ସମାଜ ପାର୍ଟିକୁ ପରାଜୟର ସାମ୍ନା କରିବାକୁ ପଡିଛି । ଏହାର ସମୀକ୍ଷା ପାଇଁ ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ରବିବାର ବୈଠକ କରିଛନ୍ତି । ଏହି ବୈଠକରେ ତାଙ୍କ ପୁତୁରା ଆକାଶ ଆନନ୍ଦ ବି ସାମିଲ ହୋଇଥିଲେ । ଆକାଶ ନିଜ ପିଉସୀ ମାୟାବତୀଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ ଏବଂ ମାୟାବତୀ ତାଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଇଥିଲେ । ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ଥିବା ରାଗରୁଷା ଦୂର ହୋଇଥିବା ଅନୁମାନ କରାଯାଉଛି । ଲୋକସଭା ନିର୍ବାଚନର ସମୀକ୍ଷାକୁ ନେଇ ଜାତୀୟ ସ୍ତରର ବୈଠକ ଡାକିଛନ୍ତି ମାୟାବତୀ । ଏଥିରେ ସମସ୍ତ ଜିଲ୍ଲାର ପଦାଧିକାରୀ, ଜାତୀୟ ସଂଯୋଜକ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ବି ଉପସ୍ଥିତ ଥିଲେ ।