ନୂଆଦିଲ୍ଲୀ-ତାମିଲନାଡୁରେ ନକଲି ମଦ ପିଇବା କାରଣରୁ ହୋଇଥିବା ମୃତ୍ୟୁକୁ ନେଇ ବିରୋଧୀ ଆଇଏନଡିଆଇ ମେଂଟର ନିରବତା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ପାର୍ଟି ନେତା ସମ୍ବିତ ପାତ୍ର କହିଛନ୍ତି ଯେ, ଏବେ ସୁଦ୍ଧା 56ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି, ଯେଉଁଥିରେ 32ଜଣ ଦଳିତ ଅଛନ୍ତି । କିନ୍ତୁ ଏହି ଘଟଣାକୁ ନେଇ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଡିଏମକେ ନେତା ଓ ମେଂଟର ଅନ୍ୟ ନେତା କିଛି କହୁନାହାନ୍ତି ।
ପାର୍ଟି ମୁଖ୍ୟାଳୟରେ ଆୟୋଜିତ ପ୍ରେସମିଟରେ ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ, ଯଦି ଏହି ଦେଶରେ 32ରୁ ଅଧିକ ଦଳିତ ମରାଯିବେ, ତେବେ ମୁଁ ଏହାକୁ ହତ୍ୟା କହିବି, ଏହି ମୃତ୍ୟୁ ନୁହେଁ । ତାମିଲନାଡୁର କରୁଣାପୁରମ ନାମକ ଗାଁରେ ଯେଉଁଠାରେ ଅଧିକାଂଶ ଅନୁସୂଚିତ ଜାତିର ଲୋକେ ରହୁଛନ୍ତି, ବିଷାକ୍ତ ମଦମୃତ୍ୟୁ ଟ୍ରାଜେଡି ଅତ୍ୟନ୍ତ ଦୁଃଖଦ ଅଟେ । 56ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । କଂଗ୍ରେସ ସହିତ ଅନ୍ୟ ଇଂଡି ମେଂଟର ନେତା ଏହି ପ୍ରସଙ୍ଗରେ କାହିଁକି ଚୁପ ଅଛନ୍ତି ସେ ପ୍ରଶ୍ନ ଉଠାଇଛନ୍ତି ।