ଗଂଜାମ- ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକର ପିତଳ ବଜାର ସାହି ହରିଜନ ମାନଙ୍କ ପାନୀୟ ଜଳ ପାଇଁ ଡହଳ ବିକଳ କହିଲେ ନ ସରେ । ଏଠାରେ ଶତାଧିକ ବର୍ଷ ପୂର୍ବରୁ ମୁଖ୍ୟ ରାସ୍ତା ଠାରୁ ବହୁ ଦୂରରେ ଏକ ପଥର କୂପ ରହିଥିଲା । ଏହାର ପାଣି ସ୍ୱଚ୍ଛ ଓ ମଦୁର । ଏହି କୂପ ପାଣିକୁ ଶତାଧିକ ହରିଜନ ଓ ସବର୍ଣ୍ଣ ପରିବାର ପାନୀୟ ଓ ନିତ୍ୟ ବ୍ୟବହାର୍ଯ୍ୟ ରୂପେ ବ୍ୟବହାର କରୁଥିଲେ । କିନ୍ତୁ ଏହି କୂପଟିକୁ ଦୁଇ ମାସ ପୂର୍ବେ ରାସ୍ତା ପ୍ରଶସ୍ତି କରଣ ଆଳରେ କୂପ ଉପରେ କଂକ୍ରିଟ୍ ପ୍ଲେଟ୍ ଦେଇ ବନ୍ଦ କରିଛନ୍ତି । ରୋଡ଼ ପ୍ରଶସ୍ତିକରଣ ପୂର୍ବରୁ ସ୍ଥାନୀୟ ଲୋକଙ୍କ ଆପତି ଅଭିଯୋଗ ପରେ ଜିଲ୍ଲାପାଳଙ୍କ ଆଦେଶକ କ୍ରମେ ଶେରଗଡ଼ ତହସିଲଦାର ପିତଳ ଆସି ଘଟଣାର ଅନୁଧ୍ୟାନ କରି ଏହି କୂପ ପୋତିବାକୁ ନିଦେ୍ର୍ଧଶ କଂଟ୍ରାକ୍ଟରଙ୍କୁ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ଏହା ପରେ ପରେ କଂଟ୍ରାକ୍ଟର ଅଭି ଜେନାଙ୍କ୍ ପ୍ରରୋଚନାର କୂପର ପଥର ଚନ୍ଦିନୀ ଭାଙ୍ଗି ପ୍ରାୟ ତିନି ଚାରି ଟ୍ରକ ପଥର ତାଙ୍କୁ ବିକି୍ର କରିବା ସହ କୂପର ଉପରେ କଂକ୍ରିଟ୍ ପ୍ଲେଟ ଦେଇ ବନ୍ଦ କରିଛନ୍ତି । ଜନସାଧାରଣ ଆପତି କରିବାରୁ ଏହି କୂପରେ ହେଣ୍ଡ ପମ୍ପ ଲଗାଇ ପୁନଃ ଲୋକେ ପାଣି ନେବାର ବନେ୍ଦାବସ୍ତ କରିବେ ବୋଲି ପ୍ରତିଶୃତି ଦେଇ ମଧ୍ୟ ଏହା କାର୍ଯ୍ୟକାରୀ କରୁନଥିବାରୁ ଜନସାଧାରଣ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି । ଏହି ଅଂଚଳରେ ପାଇପ ପାଣି ମାତ୍ର ଘଂଟାକ ପାଇଁ ଯୋଗ ହେଉଥିବା ବେଳେ ମାସରେ ଯାନ୍ତ୍ରିକ ତୃଟି ଯୋଗୁ ପ୍ରାୟ ପାଂଚ ସାତ ଦିନ ଜଳ ଯୋଗାଣ ବନ୍ଦ ରହୁଛି । ଏିହ ସମୟରେ ଏହି ଅଂଚଳର ଜନ ସାଧାରର ପାନୀୟ ଜଳ ପାଇଁ ହଟହଟା ହେବା ସହ ନଈ ନାଳର ଦୂଷିତ ପାଣି ବ୍ୟବହାର କରି ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ଏଣୁ ତୁରନ୍ତ ଗଂଜାମ ଜିଲ୍ଲାପାଳ ଘଟଣାର ତଦନ୍ତ କରିବା ସହ ଏହି ବନ୍ଦ କରୂପରେ ହ୍ୟାଣ୍ଡ ପମ୍ପ ସଂଯୋଗ କରିବା ପାଇଁ ଅନୁମତି ଦିଅନ୍ତୁ ନତୁବା କୂପ ଉପରୁ କଂକ୍ରିଟ୍ ଚଦର ହଟାଇ ଜନ ସାଧାରଣ ପାଣି ପାଇବାର ବ୍ୟବସ୍ଥା କରିବାକୁ ସମ୍ପୃକ୍ତ କଂଟ୍ରାକ୍ଟର, ବିଭାଗୀୟ ଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେବାକୁ ସାଧାରଣରେ ଦାବି ହେଉଛି ।
Related Stories
November 24, 2024
November 24, 2024