ଭୁବନେଶ୍ୱର– ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୩୯ ପ୍ରତିଶତ କମ୍ ବର୍ଷା ହୋଇଛି । କେବଳ ୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ୫ ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ସ୍ଥିତି ରହିଛି । ଏହି ୫ ଜିଲ୍ଲା ହେଲା ବଲାଙ୍ଗିର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଓ ପୁରୀ । ସ୍ୱାଭାବିକ ଠାରୁ ପୁରୀରେ ସର୍ବାଧିକ ୭୧% କମ୍ ବର୍ଷା, ମୟୂରଭଞ୍ଜରେ ୬୮% , ବାଲେଶ୍ୱରରେ ୬୩%, ବଲାଙ୍ଗିରରେ ୬୧%, କେନ୍ଦୁଝରରେ ୬୦% କମ୍ ବର୍ଷା ହୋଇଛି । ସେହିପରି ୧୭ ଜିଲ୍ଲାରେ ୨୦ରୁ ୫୯% ନିଅଂଟିଆ ବର୍ଷା ରେକର୍ଡ ହୋଇଛି । ମାଲକାନଗିରି, ନବରଙ୍ଗପୁର, ନୂଆପଡା, କନ୍ଧମାଳ, ସମ୍ବଲପୁର, ଢେଙ୍କାନାଳ, କଟକ ଓ ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକ ବର୍ଷାରେକର୍ଡ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
Related Stories
October 4, 2024