ନୂଆଦିଲ୍ଲୀ– ତାମିଲନାଡୁରେ ନକଲି ମଦ ପିଇ ହୋଇଥିବା ମୃତ୍ୟ ପାଇଁ ରାଜ୍ୟର ଦ୍ରମୁକ ସରକାରକୁ ଦାୟୀ କରିଛି ବିଜେପି । ପାର୍ଟି ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସରକାର ବେଆଇନ ମଦ ମାଫିଆଙ୍କୁ ସୁରକ୍ଷା ଦେବା ପାଇଁ କାମ କରୁଛନ୍ତି ।
ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା ପ୍ରେସମିଟରେ 53ଜଣ ଲୋକଙ୍କ ମୃତ୍ୟୁକୁ ମନୁଷ୍ୟକୃତ ସଙ୍କଟ ବୋଲି କହିଛନ୍ତି । ସେ କହିଛନ୍ତି ମୃତକଙ୍କ ମଦ୍ୟରେ ଅଧିକାଂଶ ଦଳିତ ଅଛନ୍ତି । ସେ କଟାକ୍ଷ କରିଛନ୍ତି ଯେ, କଣ ତାମିଲନାଡୁରେ ଜୀବନର କୌଣସି ମୂଲ୍ୟ ନାହିଁ ।
ନକଲି ମଦ ମୃତ୍ୟୁ ଉପରେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର କାହିଁକି ଅନୁମତି ଦେଉନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହାସହିତ ଏବେ ଯାଏ ମଦ୍ୟନିଷେଧ ଏବଂ ଉତ୍ପାଦ ଶୁଳ୍କମନ୍ତ୍ରୀଙ୍କୁ କାହିଁକି ହଟାଯାଇନାହିଁ ବୋଲି ସେ କହିଛନ୍ତି । ଡିଏମକେ ସରକାରର ମାନେ ମଦ, ମାଫିଆ ଓ କଟ୍ଟା ପଂଚାୟତ ଅଟେ ବୋଲି ସେ କହିଛନ୍ତି । ଏହାର ନୀତି ହେଉଛି କିଛି କରନାହିଁ, ସମସ୍ତଙ୍କ ମୁହଁ ବନ୍ଦ ରଖ ଏବଂ ବେଆଇନ ମଦରେ ସମସ୍ତଙ୍କୁ ମାରିପକାଅ ।