ନୂଆଦିଲ୍ଲୀ– ଭରତ ଓ ବାଂଲାଦେଶ ଶନିବାର ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଉପସ୍ଥିତିରେ ଡିଜିଟାଲ କ୍ଷେତ୍ରରେ ପାର୍ଟନରସିପ ଓ ଗ୍ରୀନ ପାର୍ଟନରସିପ ସହିତ ଅନେକ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ମଧ୍ୟରେ ଆଲୋଚନା ପରେ ଭାରତ ଓ ବାଂଲାଦେଶର ଅଧିକାରୀମାନେ ଭାରତ-ବାଂଲାଦେଶ ମଧ୍ୟରେ ଡିଜିଟାଲ ପାର୍ଟନରସିପ ଉପରେ ବୁଝାମଣାର ଆଦାନପ୍ରଦାନ କରିଥିଲେ । ଏହାବ୍ୟତୀତ ଗ୍ରୀନ ପାର୍ଟନରସିପ ଉପରେ ବୁଝାମଣା, ସାମୁଦ୍ରିକ ଓ ବ୍ଲୁ ଇକୋନୋମୀ ଉପରେ ଏମଓୟୁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏମଓୟୁ, ମହାକାଶ କ୍ଷେତ୍ରରେ ଏମଓୟୁ, ଦୁଇ ଦେଶ ମଧ୍ୟରେ ରେଲୱେ ଉପରେ ଏମଓୟୁ, ଦୁଇଦେଶ ମଧ୍ୟରେ ସାମୁଦ୍ରିକ ବିଜ୍ଞାନ କ୍ଷେତ୍ରରେ ଏମଓୟୁ, ବିପର୍ଯ୍ୟୟ ପ୍ରାବଧାନ ଉପରେ ଏମଓୟୁର ନବୀକରଣ, ମତ୍ସ୍ୟପାଳନରେ ଏମଓୟୁର ନବୀକରଣ, ସୈନ୍ୟ ସହଯୋଗ ଉପରେ ଦୁଇ ଦେଶ ମଧ୍ୟରେ ବୁଝାମଣାର ଆଦାନପ୍ରଦାନ ହୋଇଛି ।